Politics
ବିଜେପି ରେ ଯୋଗ ଦେଲେ ଛତିଆ ର ପୂର୍ବତନ ସରପଞ୍ଚ, ଛାତ୍ର ବିଜେଡି ସଭାପତି


ଆଜି ଚଣ୍ଡିଖୋଲ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା, ଛତିଆ ଗ୍ରାମ ପଂଚାୟତ ସମିତି ସଭ୍ୟ ଦୀପକ ସାହୁ ବିଜେପି ଶକ୍ତି ହେଡ଼ ରଞ୍ଜନ ସାହୁ ଶକ୍ତି ସଂଯୋଜକ ସାଗର ବେହେରା ଙ୍କ ଉଦ୍ୟମ ରେ ବିଜେପି ନେତା ଅମର ନାୟକ ଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଛତିଆ ଗ୍ରାମ ପଂଚାୟତ ସର୍ବ ବରିଷ୍ଠ ପୂର୍ବତନ ସରପଞ୍ଚ ଭାସ୍କର ପ୍ରଧାନ ଛାତ୍ର ବିଜେଡି ସଭାପତି ଦିଲୀପ ରଣା ବିଶିଷ୍ଟ ସମାଜ ସେବୀ ତଥା ଛତିଆ ଆଞ୍ଚଳିକ ବରିଷ୍ଟ ନାଗରିକ ମଞ୍ଚ ର ସକ୍ରିୟ ସଦସ୍ୟ ରମାକାନ୍ତ ସାହୁ ବିଜେପି ରେ ଯୋଗ ଦେଇଛନ୍ତି, ଏଥି ସହିତ ଅନେକ ମହିଳା ଓ ଯୁବ କ ବନ୍ଧୁ ମଧ୍ୟ ନୂତନ ଭାବରେ ବିଜେପି ରେ ଯୋଗ ଦାନ କରିଛନ୍ତି, ନବାଗତ କର୍ମୀ ମାନଙ୍କୁ ଶ୍ରୀଯୁକ୍ତ ନାୟକ ଦଳୀୟ ଉତ୍ତରୀୟ ପୁଷ୍ପ ଗୁଚ୍ଛ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




