Politics

କଣ୍ଟାମାଳ ନିର୍ବାଚନମଣ୍ଡଳୀରେ ଶତକଡ଼ା ଶହେରୁ ଶହେ ବିଜୟ ଆଶାରେ ବିଜେଡି ଓ ବିଜେପିର ମାରାଥନ ପ୍ରଚାର । ପ୍ରଚାର ମୈଦାନରେ ପୁଅ ,ବୋହୁ ଓ ସ୍ତ୍ରୀ,

କଣ୍ଟାମାଳ, ୧୫।୫:( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲାର କଣ୍ଟାମାଳ-୮୫ ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ପାଇଁ ମୂଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ସଂଘର୍ଷ ହେବା ନେଇ ଆକଳନ କରାଯାଇଛି।ଭୋଟଦାନକୁ ଆଉ ୫ ଦିନ ଥିବାବେଳେ ପ୍ରଚାର ପାଇଁ ଆଉ ତିନି ଦିନ ରହିଲା। ତେଣୁ ନିର୍ଣ୍ଣାୟକ ମୋଡରେ ଉଭୟ ଦଳ ପ୍ରାଣମୂର୍ଚ୍ଛା ପ୍ରଚାର ଅଭିଯାନରେ । ମଙ୍ଗଳବାର ଦିନଠାରୁଘଣ୍ଟାପଡ଼ା ୧ନଂଜୋନର ବିଭିନ୍ନ ଗ୍ରାମରେ ପ୍ରବଳ ତାତି ସତ୍ତ୍ୱେ ନିଜ ସମର୍ଥକଙ୍କ ସହ ପ୍ରାର୍ଥୀ ନିଜ ଢଙ୍ଗରେ ଭୋଟ ଭିକ୍ଷା କରୁଥିବାବେଳେ ପୁଅ ବୋହୁ ଓ ସ୍ତ୍ରୀ ପଛରେ ପଡ଼ିନାହାନ୍ତି। ଦଳୀୟ କର୍ମୀ ଏବଂ ମହିଳାମାନଙ୍କ ସହ ନିଜ ପ୍ରାର୍ଥୀ ପାଇଁ ଗାଁର ଘରକୁ ଘର ଯାଇ ଭୋଟରଙ୍କ ସହାନୁଭୂତିର ଭିକ୍ଷା ମାଗି ଚାଲିଛନ୍ତି।ଭୋଟର ବି ମହାଚାଲାକରେ ସମସ୍ତଙ୍କୁ ବିଜୟ ଭବର ଆଶିର୍ବାଦ ଦେଇ ଚାଲିଛନ୍ତି, ଫଳରେ ଭୋଟରଙ୍କ ଟେର ପାଇପାରୁନି ପର୍ଯ୍ୟବେକ୍ଷକ । ତେଣୁ ଲଢ଼େଇ ଖୁବ ଜୋରରେ ହେବା ନେଇ ସମୀକ୍ଷକଙ୍କ ମତ। କଣ୍ଟାମାଳ ନିର୍ବାଚନମଣ୍ଡଳୀ ହେବା ଦିନଠାରୁ ବିଜେଡି ଗଡ଼ ଭାବେ ପରିଚିତ। ଏଠାରେ ୨୦୦୯ ଠାରୁ ଲଗାତାର ଭାବେ ବିଜେଡି ବିଧାୟକ ହିଁ ନିର୍ବାଚିତ ହୋଇଛନ୍ତି। ସେଥିମଧ୍ୟରୁ ପ୍ରଥମ ବିଧାୟକ ଭାବେ ଭଗବାନ କହଁର ଓ ତା ପରବର୍ତ୍ତୀ ୨ଥର ଲଗାତର ଭାବେ ମହିଧର ରଣା ଜିତି ତୃତୀୟ ଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି ମହିଧର ରଣାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। କିନ୍ତୁ ବିଡମ୍ବନାର ବିଷୟ ପ୍ରତ୍ୟେକ ଥର ବର୍ତ୍ତମାନର ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ପ୍ରଥମେ କଂଗ୍ରେସରୁ ୨ୟରେ ସ୍ଵାଧୀନରୁ ତୃତୀୟରେ ବିଜେପି ବିଧାୟକ ପ୍ରାର୍ଥୀଭାବେ ନିର୍ବାଚନ ଲଢି ପରାଜିତ ହୋଇଛନ୍ତି। ଗତଥର ଅଳ୍ପ ସଂଖ୍ୟକ ଭୋଟରେ ପରାସ୍ତ ହୋଇଥିବାରୁ ଏଥର ମଧ୍ୟ ବିଜେପି ଶ୍ରୀଡାଙ୍ଗଙ୍କ ଉପରେ ଆଶା ବ୍ୟକ୍ତ କରିଛନ୍ତି। ପରିଶୋଧ ପରାୟଣ ଶ୍ରୀଡାଙ୍ଗ ମୋଦିଙ୍କ ନାଆରେ ବୈତରଣୀ ପାର ହେବା ଓ ମହିଧରଙ୍କ ବିଦ୍ରୋହୀଙ୍କ ସାହସରେ ପ୍ରତିଶୋଧ ଏବଂ ଶ୍ରୀଡ଼ାଙ୍ଗଙ୍କ ରାଜନୈତିକ ଜୀବନର ଶେଷ ଚିଠି ହୁଏ ତ ମତଦାତା ଙ୍କୁ ପ୍ରଭାବ ପକାଇ ବିଜୟ ଲକ୍ଷ୍ୟରେ ଥିବାବେଳେ କିନ୍ତୁ ବିଜେଡି ଗଡ଼ରେ ଆସନ ଛାଡିବାକୁ ନାରାଜ ଅଟନ୍ତି ଶ୍ରୀ ରଣା। ନିଜର ରଣକୌଶଳକୁ ପରିବର୍ତ୍ତନ କରି ନୂତନ ଏକ ଚାଣକ୍ୟ ସାହାଯ୍ୟରେ ବୈତରଣୀ ପାର ହୋଇ ହ୍ୟାଟ୍ରିକ ଅର୍ଜନ କରିବାକୁ ପୁରା ଦମରେ ଲାଗିପଡିଛନ୍ତି।ବିଜୟକୁ ନେଇ ଉଭୟ ଦଳ ଶତପ୍ରତିଶତ ନିଶ୍ଚିତ ଥିବାବେଳେ କଂଗ୍ରେସ ନିଜର ସମ୍ମାନ ରଖିବାକୁ ଗାଁ ଗାଁରେ ସେ ମଧ୍ୟ କର୍ମୀ ଯୋଗାଡ଼ କରୁଛି। ଏ ସବୁ ମଧ୍ୟରେ ମତଦାନର ୨ ଦିନ ଅନ୍ଧାରି ବିଜେ ପଟ୍ଟ ପରିବର୍ତ୍ତନ କରିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।ବର୍ତ୍ତମାନ ପ୍ରଚାରରେ ଉଭୟ ଦଳ ଉନିଷ-ବିଷରେ ଚାଲିଥିବା ଅନୁମାନ କରାଯାଏ। ଯାହାକି ମତଦାନ ପରେ ଆସନ୍ତା ଜୁନ ଚାରି ତାରିଖରେ କାହା ମୁଣ୍ଡରେ ସୁନାମୁକୁଟ ସମୟ କହିବ ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ,

Related Articles

Back to top button