ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପାର୍ଥି ସୁଧୀର କୁମାର ସାମଲ ଙ୍କର ସଦର ବ୍ଲକର ବିଭିନ୍ନ ପଂଚାୟତରେ ପ୍ରଚାର


-ଗ୍ରୀଷ୍ମ ପ୍ରଭାବ ଠାରୁ ବଢ଼ି ଗଲାଣି ନିର୍ବାଚନ ପ୍ରଚାରର ଉଷ୍ମତା l ଜୋରଦାର ଭାବରେ ଆରମ୍ଭ କରି ଦେଇଛନ୍ତି ଢେଙ୍କାନାଳ ନିର୍ବାଚନ ମଣ୍ଡଳୀର ବିଜେଡିର ବିଧାୟକ ପ୍ରାଥୀ ସୁଧୀର କୁମାର ସାମଲ l ଲଗାତାର ଭାବରେ ଦ୍ୱିତୀୟ ଥର ପାଇଁ ନିର୍ବାଚନ ବୈତରଣୀ ପାର ହେବାପାଇଁ ଭୋଟର ମାନଙ୍କ ପାଖକୁ ଯାଇ ସମସ୍ୟା ବୁଝିବା ସହିତ ବିଜୟ ପରେ ସମାଧାନ କରିବା ପାଇଁ ପ୍ରତିଶୃତି ଦେଉଛନ୍ତି ଓ ଅଧୁରା କାମକୁ ପୁରା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ବିଧାୟକ ପ୍ରାଥୀ ସୁଧୀର କୁମାର ସାମଲ l ଆଜି ରୋଡ଼ସୋ ମଧ୍ୟମରେ ଢେଙ୍କାନାଳ ସଦର ବ୍ଲକର ମଧୁସାହୁପାଟଣା, ବାଲିମ୍ବା, ଧୀରପାଟଣା ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମକୁ ଯାଇ ଲୋକ ମାନଙ୍କର ଆଶୀର୍ବାଦ ଭିକ୍ଷା କରିବା ସହିତ ଢେଙ୍କାନାଳ ଲୋକସଭା ଆସନ ପାଇଁ ଡାକ୍ତର ଅବିନାଶ ସାମଲଙ୍କୁ ଓ ଢେଙ୍କାନାଳ ବିଧାନସଭା ପାଇଁ ଭୋଟ ଭିକ୍ଷା କରିଛନ୍ତି ବିଧାୟକ ପ୍ରାର୍ଥୀ ସୁଧୀର କୁମାର ସାମଲ lଦୁଇଟି ଯାକ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ବିଜେଡିର ବିଧାୟକ ପ୍ରାର୍ଥୀ ସୁଧୀର କୁମାର ସାମଲ lଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜିତାଇବା ପାଇଁ ନିବେଦନ କରିଥିଲେ l ଏହି କାଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧକ୍ଷl ଅର୍ଚନା ପୁହାଣ, ସଦର ବ୍ଲକ ଅଧକ୍ଷା, ବରଷ୍ଠ ବିଜେଡି ନେତା ନରୋତମ ସାହୁ ଓ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ l




