କୋଲଟା-ବ୍ରହ୍ମପୁର କୈବର୍ତ୍ତ ସଙ୍ଘ ଦ୍ୱାରା ଚଇତାଳି ଘୋଡାନାଚ ପ୍ରଦର୍ଶନ


ତିର୍ତ୍ତୋଲ :- ଚଇତି ପରବ, ଚଇତାଳି ଘୋଡାନାଚ ଚୈତ୍ରପୁର୍ଣିମା ପରଠାରୁ କୈବର୍ତ୍ତ ସମ୍ପ୍ରଦାୟ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ରୀତିନୀତି ଅନୁସାରେ ଆୟୋଜନ ହୋଇଥାଏ ! କାହିଁ କେଉଁ ଆବାହମାନ କାଳରୁ ପ୍ରଚଳିତ ପରମ୍ପରା ଅନୁସାରେ ଚୈତ୍ର ପୂର୍ଣ୍ଣମୀ ଦିନ ବାସେଳୀ ଦେବୀ ଙ୍କ ନାମାନୁସାରେ ପୂଜାପାଉଥିବା ଘୋଡା ର ମସ୍ତକ କୁ ପୂଜାର୍ଚନା କରାଯାଇ ଅଣାଯାଇ ବାହାର ମଣ୍ଡପରେ ଏକ କାଠ ଵା ବାଉଁଶ ନିର୍ମିତ ଘୋଡ଼ାର ଶରୀରରେ ରୋପଣ କରାଯାଏ ! ତାକୁ ନେଇ କୈବର୍ତ୍ତ ସମ୍ପ୍ରଦାୟ ନୃତ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଇଥାନ୍ତି !ଆରିସା ପିଠା, ଉଖୁଡା, ଚୁଡାଘସା ଆଦି ଘରେଘରେ ତିଆରି କରି ବନ୍ଧୁବାନ୍ଧବ, ସାହିପଡିସା ଓ ସମ୍ପର୍କୀୟ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇ ଭାଇଚାରା ସ୍ଥାପନ କରାଯାଇଥାଏ !ତାପରେ ଆୟୋଜନ ହୁଏ ମା’ବାସେଳୀ ଦେବୀଙ୍କ ଘୋଡାନାଚ !ନିର୍ଦ୍ଧିଷ୍ଟ ଅଭ୍ୟାସରତ କଳାକାର ମାନଙ୍କ ଦ୍ୱାରା ପୌରାଣିକ ବିଷୟବସ୍ତୁ ଆଧାରିତ ସଂଗୀତ ଭିତ୍ତିକ ଦୃଶ୍ୟାଭିନୟ ସମସ୍ତ ଜନ ମାନସରେ ବାସେଳୀ ଦେବୀଙ୍କ ତଥ୍ୟ ପ୍ରଦାନ କରିଥାଏ !ଏପରି ଲୋକକଳା ସଂସ୍କୃତି ସମ୍ପର୍ଣ୍ଣ କାର୍ଯ୍ୟକ୍ରମ, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ କନୀମୂଳ ଓ ବିଶନପୁର ପଞ୍ଚାୟତର କୋଲଟା-ବ୍ରହ୍ମପୁର ଗ୍ରାମରେ ଦେଖିବାକୁ ମିଳିଛି !ଏଠାରେ ଆୟୋଜିତ ତ୍ରିଦୀଵସୀୟ ଘୋଡାନାଚ ଆଖପାଖ ଅଞ୍ଚଳରେ ବେଶ ଆଦୃତ ହୋଇ ପାରିଛି ! ପ୍ରତ୍ୟେହ ଶହସ୍ରାଧିକ ସଂସ୍କୃତି ପ୍ରେମୀ ଦର୍ଶକ ଦର୍ଶିକା ଉପସ୍ଥିତ ହୋଇ ଏହି ନୃତ୍ୟଭିତ୍ତିକ ଅଭିନୟ କୁ ବେଶ ଉପଭୋଗ କରୁଛନ୍ତି !ଓଡ଼ିଶାର ବିଭିନ୍ନ ଲୋକକଳା ଵା ଲୋକନୃତ୍ୟ ଦିନକୁ ଦିନ ଲୋପ ପାଇବାକୁ ବସିଥିବା ବେଳେ ଘୋଡାନାଚ ର ଲୋକକଳା କୁ ବଞ୍ଚେଇ ରଖିଥିବା କୈବର୍ତ୍ତ ସଂଘ କୁ ବହୁ ଗୁଣି ଜ୍ଞାନୀ ବିଦ୍ୱାନ ବ୍ୟକ୍ତି ଉଚ୍ଚ ପ୍ରଶଂସା କରିବା ସହିତ ଏପରି ଅନୁଷ୍ଠାନ ମାନଙ୍କୁ ବଞ୍ଚେଇ ରଖିବାକୁ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଅନୁଦାନ ରାଶି ପ୍ରଦାନ କରାଯିବାକୁ ନ୍ୟୂଜ ମାଧ୍ୟମରେ ଦାବି କରିଛନ୍ତି !
ଜଗତସିଂହପୁର ରୁ ଜିଲ୍ଲାପ୍ରତିନିଧି ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




