ଛତିଆ ରେ ବର୍ଷା ପ୍ରିୟଦର୍ଶିନୀ ଙ୍କ ନିର୍ବାଚନୀ ପ୍ରଚାର୍ ,


, ଛତିଆ ା,୫।୫,(ଆ ପ୍ର) ବଡ଼ଚଣା ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତିଆ ପଞ୍ଚାୟତରେ ମାରାଥନ ନିର୍ବାଚନୀ ପ୍ରଚାର କରି ଥିଲେ। ପ୍ରଥମେ ମା ଜାଗୁଳାଇ ଙ୍କୁ ପୂଜା ଅର୍ଚ୍ଚନା କରି , ବଜାର ଅତିକ୍ରମ କରି ପଞ୍ଚାୟତ ଅଫିସ ଠାରେ ପହଞ୍ଚି ଥିଲେ। ସେଠାରେ ଛତିଆ ସରପଞ୍ଚ ରମେଶ ପୃଷ୍ଟି ଙ୍କ ସମେତ ଶତାଧିକ ମହିଳା ଓ ବିଜେଡି ସମର୍ଥକ ମାନେ ବିଧାୟିକା ଙ୍କୁ ସ୍ବାଗତ କରି ଥିବା ବେଳେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମାଧବାନନ୍ଦ ମହାପାତ୍ର ସମେତ ବହୁ ସଦସ୍ୟ ପ୍ରଶଂସା ପାତ୍ର ପାଠ ପୂର୍ବକ ପୁଷ୍ପ ଗୁଛ ପ୍ରଦାନ କରି ସ୍ଵାଗତ କରିଥିଲେ। ପରେ ବିରାଟ ପଟୁ ଆରରେ ଛତିଆ କୁଞ୍ଜ ସାହୁ ବଜାର ,କମ୍ପାନୀ ବଜାର ପରିକ୍ରମା କରି ନୂଆ ପାଟଣା ସ୍ଥିତ ସାରଳା ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଥିଲେ।
ବଡ଼ଚଣା ବାସୀଙ୍କ ସେବା କରିବା ପାଇଁ ଜନ ପ୍ରିୟ ମୁଖ୍ୟ ମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ମୋତେ ସୁଯୋଗ ଦେଇଛନ୍ତି, ଏକ ଶାନ୍ତି,ପ୍ରଗତି ଓ ସମୃଦ୍ଧ ବଡ଼ଚଣା ଗଢି ତୋଳିବା ଲାଗି ଆପଣ ମାନଙ୍କ ଆଶୀର୍ବାଦ ମୋର ପୁଞ୍ଜି ଓ ଆପଣ ମାନେ ମୋତେ ଆଶୀର୍ବାଦ କରନ୍ତୁ ବୋଲି ନିବେଦନ କହିଥିଲେ।
ଏହି ନିର୍ବାଚନୀ ରାଲିରେ ପଞ୍ଚାୟତ ବିଜେଡି ସଭାପତି ଗିରିଶ ଚନ୍ଦ୍ର ପାତ୍ର, ବରିଷ୍ଠ ନେତୃତ୍ବ ଧନେଶ୍ଵର ବେହେରା,ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ପ୍ରହଲ୍ଲାଦ ନନ୍ଦ, ରବୀନ୍ଦ୍ର କୁମାର ଜେନା, ସତ୍ୟ ରଞ୍ଜନ ନନ୍ଦ, ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ଭାଗ୍ୟଧର ମଲ୍ଲିକ, ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ , ସୋଲର ସରପଂଚ ବିଜୟ ସ୍ୱାଇଁ ,ବିଜେଡି ବ୍ଲକ ସଭାପତି ଅରବିନ୍ଦ ସାମଲ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି, ଜିଲ୍ଲା ପରିଷଦ ଉପାଧକ୍ଷ ଗଣେଶ୍ୱର ବରାଳ, ସମାଜ ସେବୀ ଦିଲୀପ ରାଉତ, ମୂରବୀ ମନୋଜ ନନ୍ଦ, ଶ୍ରୀ ନିବାସ ପାତ୍ର, ଜିଲ୍ଲା ପରିଷଦ ସସ୍ମିତା ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ସମାଜ ସେବୀ କପିଲ ରାଉତ, ଦୀପ୍ତି ରଞ୍ଜନ ନାଥ, କାଳନ୍ଦୀ ଦାସ, ଗଗନ କାନ୍ତ ବେହେରା,କୁଳମଣି ନାୟକ, ବରିଷ୍ଠ ମୂରବୀ ଉମାକାନ୍ତ ନାୟକ ଙ୍କ ସମେତ ପଞ୍ଚାୟତ ର ଶତାଧିକ ମହିଳା, ଛାତ୍ର, ଯୁବକ ଓ ଜନସାଧାରଣ ଯୋଗ ଦେଇ ଥିଲେ। ଘର ଘର ବୁଲି ବର୍ଷା ଆଶୀର୍ବାଦ ସାୟୁଁଟୁ ଥିବା ବେଳେ ବିପୁଳ ଜନ ସମର୍ଥନ ଦେଖିବାକୁ ମିଳୁଛି।ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




