ମା’ଶାରଳାଙ୍କ ଆଶୀର୍ବାଦ ନେଇ ପ୍ରାର୍ଥୀପତ୍ର ଦାଖଲ କଲେ ସାରଦା ଜେନା


ଏରସମା ::-ଆଶୀର୍ବାଦର ପୀଠସ୍ଥଳୀ ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା’ଶାରଳା !ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଆଶୀର୍ବାଦର ଦେବୀ ଭାବରେ ଲୋଡ଼ା ଯାଆନ୍ତି !ଆସନ୍ତା ନିର୍ବାଚନ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖରେ, ଜଗତସିଂହପୁର ଜିଲ୍ଲାର ଏରସମା ବାଲିକୁଦା , ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ବିଜୁ ଜନତା ଦଳ ତରଫରୁ ବିଧାୟକ ପ୍ରାର୍ଥୀ ସଂଗ୍ରାମୀ ଯୁବନେତା ସାରଦା ଜେନା, ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ , ନିଜର କେତେକ ଅନ୍ତରଙ୍ଗ ବନ୍ଧୁ ମାନଙ୍କ ସହିତ , ଝଙ୍କଡ଼ ଶାରଳାପୀଠରେ ପହଞ୍ଚିବା ପରେ, ମାଆଙ୍କ ସେବାୟତ ମାନେ ତାଙ୍କୁ ସ୍ବାଗତ କରି , ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ବେଢ଼ା ପରିକ୍ରମା କରିଥଲେ। ଶ୍ରୀ ଜେନା ଙ୍କର ପୀଠପୂଜକ ବାଇନ ନନା ଙ୍କ ସହିତ ପଞ୍ଚାନନ ପଣ୍ଡା, ରମେଶ ଚନ୍ଦ୍ର ରାଉଳ , ହରେକୃଷ୍ଣ ରାଉଳ, ତ୍ରିଲୋଚନ ରାଉଳ ଓ ରଥ ନନା ପ୍ରମୁଖ ତାଙ୍କୁ ମାଆଙ୍କର, ଚନ୍ଦନ ସିନ୍ଦୂର ଅଜ୍ଞାମାଳ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ ସମ୍ବର୍ଦ୍ଧିତ କରିଥିଲେ। ଏରସମା ଅଞ୍ଚଳ ର ସମୀର କୁମାର ଜେନା , ଦିଲ୍ଲୀପ ସାହୁ ଓ ଆଇନଜୀବି ମୂରଲୀଧର ମଲ୍ଲିକ ପ୍ରମୁଖଙ୍କ ସହିତ, ବିଧାୟକ ପ୍ରାର୍ଥୀ ସାରଦା ଜେନା କିଛି, ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତକାରରେ, କହିଲେଯେ, ଜିଲ୍ଳାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଙ୍କ ଆଶିର୍ବାଦ ଗ୍ରହଣ କରିବା ପରେ , ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଆମେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଯାଉଛୁ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଏବଂ ଓଡିଶା କୁ ବିକାଶଶୀଳ ଓ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାପାଇଁ ରାଜ୍ୟବାସୀ ତାଙ୍କୁ ଷଷ୍ଠ ଥର ପାଇଁ ମୂଖ୍ୟମନ୍ତ୍ରୀ କରିବାକୁ ଯାଉଥିବା ବେଳେ , ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ, ମୋ ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟର ମାନେ ଓ ବିଶେଷ କରି ମା ଭଉଣୀ ମାନେ ଆମ ବିଜୁ ଜନତା ଦଳ କୁ ଆଶୀର୍ବାଦ କରିବେ ବୋଲି , ଆମେ ଦୃଢ଼ ଆଶା ଓ ଆସ୍ଥା ପୋଷଣ କରୁଛୁ । ଏଥି ସହିତ ଚଳିତ ସାଧାରଣ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ବିପୁଳ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରିବାର ଆଶା ରହିଛି ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଥଲେ।
ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




