Politics

ପଦ୍ମଗଡରେ ଶଙ୍ଖର ରଣ ହୁଁଙ୍କାର, ବାଉଁଶୁଣୀରେ ବିଜେଡି ପକ୍ଷରୁ ନିର୍ବାଚନ ରଣନିତି ପାଇଁ ମହିଳା ଓ ଯୁବଛାତ୍ର ସମାବେଶ,ଯୋଗ ଦେଲେ ବିଜେଡି ରାଜ୍ୟ ମହିଳା ନେତ୍ରୀ

 

କଣ୍ଟାମାଳ, ୧୨|୦୫( ପ୍ରଭାତ କୁମାର ସାହୁ) : ବୌଦ୍ଧ ଜିଲ୍ଲା ୮୫-କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୌଦ୍ଧ ବ୍ଲକ ର ୧୨ଗୋଟି ପଂଚାୟତର ମହିଳାମାନଙ୍କୁ ନେଇ ମାତୃ ଦିବସ ଅବସରରେ ବାଉଁଶୁଣୀ ସ୍ଥିତ ଆମ୍ବ ତୋଟାରେ ବିଜେଡ଼ି ପକ୍ଷରୁ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ ବିଜୁ ମହିଳା ଜନତା ଦଳର ଅନେକ ନେତ୍ରୀଙ୍କ ସହ ହଜାର ହଜାର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉପସ୍ଥିତ ଥିଲେ | ଏହି ସମାବେଶରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଜେଡ଼ି ମହିଳା ସଂଯୋଜକ ପ୍ରିୟ ଦର୍ଶନୀ ମହାପାତ୍ର, ରାଜ୍ୟ ମହିଳା ସଂପାଦକ ଅଂଶୁ ତ୍ରୀପାଠି ଙ୍କ ସହ ବିଜେଡି ରାଜ୍ୟମହିଳା ସମ୍ପାଦିକା ତଥା ଟେଲି ଅଭିନେତ୍ରୀ ସୋଫିଆ ଆଲାମ ଓ ରାଜ୍ୟ ମହିଳା ଯୁବଛାତ୍ରୀ ସଂପାଦକ ଅପୂର୍ବା ଯୋଗ ଦେଇ ଜୟ ଜଗନ୍ନାଥ ଓ ଜୟ ମା’ ମାହେଶ୍ଵରୀଙ୍କ ନାରାଦେଇ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଜନହିତକର ଯୋଜନା ଉପରେ ଆଲୋକପାତ କରିବା ସହ ନିର୍ବାଚନୀ ଇସ୍ତିହାର ଉପରେ ଆଲୋକପାତ କରିଥିଲେ ଏବଂ ଆଗାମୀ ୨୦ତାରିଖରେ ବିଜେଡିକୁ ଦୁଇ ଶଂଖରେ ରେ ବହୁ ମତରେ ଭୋଟ ଦେଇ ବିଧାୟକ ପ୍ରାର୍ଥୀ ମହିଧର ରଣା ଓ କନ୍ଧମାଳ ସାଂସଦ ପ୍ରାର୍ଥୀ ଡା. ଅତ୍ୟୁତ ସାମନ୍ତଙ୍କୁ ବିଜୟୀ କରିବାକୁ ଅନୁରୋଧ କରିଥିଲେ | ସମାବେଶ ମଧ୍ୟ ଭାଗରେ ବିଧାୟକ ପ୍ରାର୍ଥୀ ମହିଧର ରଣା ଉପସ୍ଥିତ ହୋଇ କଣ୍ଟାମାଳ ନିର୍ବାଚନମଣ୍ଡଳୀରେ ୧୦ ବର୍ଷର ବିକାଶର ହିସାବ ଦେଇଥିଲେ ଏବଂ କଥାରେ ନୁହଁ କାମରେ ବିଶ୍ୱାସ କରୁଥିବା ବିଜେଡିକୁ ଆଗାମୀ ଦିନରେ ଆହୁରି ବିକାଶପାଇଁ ଶଙ୍ଖ ଚିହ୍ନକୁ ବହୁ ମତରେ ଭୋଟ ଦେଇ ଜିତେଇବାକୁ ଅନୁରୋଧ କରିଥିଲେ | ପରେ ପ୍ରଭୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦ ସମସ୍ତ ମହିଳାଙ୍କୁ ବଣ୍ଟନ କରାଯାଇଥିଲା। ଯାହାକି ବିରୋଧୀ ଦଳକୁ ଶକ୍ତ ଧକ୍କା ଲାଗିପାରେ । ସେହିପରି ଉକ୍ତ ସ୍ଥାନରେ ଅପରାହ୍ନରେ ବିଜୁ ଛାତ୍ର ଓ ଯୁବ ଜନତା ଦଳର ବହୁ ସଂଖ୍ୟାରେ ଯୁବକ ଓ ଛାତ୍ରମାନେ ଯୋଗଦାନ କରିଥିଲେ | ଉକ୍ତ ବୈଠକରେ ବିଧାୟକ ମହିଧର ରଣା ଯୋଗ ଦେଇ ଉପସ୍ଥିତ ଯୁବ ବର୍ଗଙ୍କୁ ବିଜେଡିକୁ ବହୁ ମତରେ ବିଜୟ କରିବା ସହ ନବୀନ ପଟ୍ଟନାୟକଙ୍କୁ ରେକର୍ଡ଼ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଅନୁରୋଧ କରିଥିଲେ | ତାପରେ ବିଜୁ ଛାତ୍ରନେତାଗଣ ମୋଦି ସରକାରଙ୍କୁ କଟୁ ସମାଲୋଚନା କରିଥିଲେ। ମହିଳା ଓ ଯୁବ ସମାବେଶକୁ ଦେଖି ଏକ ପ୍ରକାର କହିବାକୁ ଗଲେ ଉକ୍ତ ୧୨ତି ପଞ୍ଚାୟତରେ ବିଜୁ ଜନତା ଦଳର ସ୍ଥିତି ବେଶ ସୁଦୃଢ ଥିବା ସ୍ପଷ୍ଟ ମନେ ହେଉଛି।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button