ତିର୍ତ୍ତୋଲ ନିର୍ବାଚନ କ୍ଷେତ୍ରର ବିଜେପି ବିଧାୟକ ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ପ୍ରାର୍ଥୀପତ୍ର ପ୍ରଦାନ

ତିର୍ତ୍ତୋଲ :-ତିର୍ତ୍ତୋଲ ବିଧାନସଭା ଆସନରୁ ଏଯାବତ ଚତୁର୍ଥ ଦଳ ଭାବେ ବିଜେପି ପ୍ରାର୍ଥୀ ଜିଲ୍ଲାପାଳଙ୍କ ଦପ୍ତରରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି !ଖବର ଅନୁସାରେ ଚଳିତ ସାଧାରଣ ନିର୍ବାଚନ ୨୦୨୪ ପାଇଁ ବିଜେପି ପ୍ରାର୍ଥୀ ଆଡ଼ଭୋକେଟ ରାଜ କିଶୋର ବେହେରା ନିଜର ଦଳୀୟ କର୍ମକର୍ତ୍ତା ଓ ସମର୍ଥକ ମାନଙ୍କ ସହିତ ବିରାଟ ଶୋଭାଯାତ୍ରାରେ ବାହାରି ,ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳା ଠାକୁରାଣୀ ଙ୍କ ଦର୍ଶନ ପୂଜାର୍ଚ୍ଚନା ଓ ଆଶିର୍ବାଦ ନେଇ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଅଛନ୍ତି। ଏହି ଅବସରରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତକାରରେ କହିଲେଯେ, ଆଜି ପବିତ୍ର ଅକ୍ଷୟ ତୃତୀୟା ରେ ଆମେ ମଆଙ୍କର ଆଶିର୍ବାଦ ନେଇ, ପ୍ରାର୍ଥୀପତ୍ର ଦାଖଲ କଲୁ, ଆଜି ତିର୍ତ୍ତୋଲ ଅଞ୍ଚଳ ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ପାନୀୟ ଜଳଯୋଗାଣ ଓ ଶିଳ୍ପବିକାଶ କ୍ଷେତ୍ରରେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଯେପରି ଭାବେ ମୋଦିଙ୍କ ଲହର ମାଡ଼ିଆସୁଛି , ତେଣୁ ଚଳିତ ନିର୍ବାଚନରେ ଆମଦଳ ରାଜ୍ୟ ଓ କେନ୍ଦ୍ରରେ ସରକାର ଗଠନ କରିବାପାଇଁ ଯାଉଛି। ତିର୍ତ୍ତୋଲବାସୀ ନିଶ୍ଚିତ ଭାବରେ ଏଥିରେ ସାମିଲ ହେବେ ବୋଲି ଆମେ ଦୃଢ଼ ଆଶା ଓ ଆସ୍ଥା ପୋଷଣ କରୁଛୁ। ଏହି ସାକ୍ଷାତକାର ସମୟରେ , ପ୍ରଭଞ୍ଜନ ମଲ୍ଲିକ, ବିଶ୍ୱଜିତ ଦାଶ , ସୁନନ୍ଦ୍ ବିଶ୍ୱାଳ ଓ ଜିଲ୍ଲା ଓବିସି ମୋର୍ଚ୍ଚାର ସଧାରଣସମ୍ପାଦକ ଜ୍ୟୋତି ରଂଜନ ସାହୁ ପ୍ରମୁଖ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା।
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




