ଜଗତସିଂହପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଅମରେନ୍ଦ୍ର ଙ୍କ ନାମାଙ୍କନ ପତ୍ର ଦାଖଲ


ଜଗତସିଂହପୁର ::- ସଦ୍ୟ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଇ ଥିବା ଅମରେନ୍ଦ୍ର ଦାସ ଜଗତସିଂହପୁର ବିଧାନସଭା ଆସନ ପାଇଁ ଟିକେଟ ପାଇଲା ପରେ ତାଙ୍କର ସମର୍ଥକ ସଂଖ୍ୟା ବଢ଼ି ବଢ଼ି ଚାଲିଛି !ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ଥିବାବେଳେ ଜିଲ୍ଲା ସଦର ମହକୁମା ବିଜେପି ସମର୍ଥକ ମାନଙ୍କ ଗହଳିରେ ପରିପୂର୍ଣ୍ଣ ହୋଇଗଲା ! ଯୁଆଡେ ଦେଖିବ ଖାଲି ପଦ୍ମଫୁଲିଆ ଝଣ୍ଡା ! ହଜାର ହଜାର ସମର୍ଥକ ରୁଣ୍ଡ ହେଇଗଲେ !ବିଜେପି ର ନାରାବାଜି କରି ସହର କମ୍ପେଇଦେଲେ ! କାରଣ ଜଗତସିଂହପୁର ବିଧାନସଭା ର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସଙ୍କ ନାମାଙ୍କନ ପାଇଁ ଜନ ସମାଗମ ବିଜେପିର ଶକ୍ତି ପ୍ରଦର୍ଶନ କୁ ସୂଚାଇ ଦେଉଥିଲା ! ଅମରେନ୍ଦ୍ର ଦାସଙ୍କ ସହିତ ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା !ତରଡ଼ାପଡା ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏ ଏକ ବିରାଟ ପଟୁଆର ରେ ରାସ୍ତା ଜାମ୍ ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା !ପଟୁଆର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ !କାର୍ଯ୍ୟାଳୟ ବାହାରେ ହଜାର ହଜାର ସମର୍ଥକ ନାରାବାଜି କରି ଅମରେନ୍ଦ୍ରଙ୍କ ନାମାଙ୍କନ କୁ ସମର୍ଥନ ଜଣେଇଥିବାର ଦେଖିବାକୁ ମିଳିଥିଲା !
ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




