କାମାଖ୍ଯାନଗର ନଗର ମଣ୍ଡଳରେ ମା ବୁଢ଼ୀ ପଧଉନୀ ଙ୍କ ଆଶ୍ରିବାଦ ନେଇ ଭାରତୀୟ ଜନତା ପାର୍ଟି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ

କାମାକ୍ଷା ନଗର ନିର୍ବାଚନ ମଣ୍ଡଳୀର କାମାଖ୍ଯାନଗର ନଗର ମଣ୍ଡଳରେ ମା ବୁଢ଼ୀ ପଧଉନୀ ଙ୍କ ଆଶ୍ରିବାଦ ନେଇ ଭାରତୀୟ ଜନତା ପାର୍ଟି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ା ଏଥିରେ ଢେଙ୍କାନାଳ ଜିଲ୍ଲାର ବିଜେପି ଜିଲ୍ଲା ଉପସଭାପତି- ଶିଶିର କାନ୍ତ ନାୟକ,ଏନ୍ଏସି ମଣ୍ଡଳ ସଭାପତି ସନ୍ଦୀପ ପଟ୍ଟନାୟକ,ଏନ୍ଏ.ସି ମଣ୍ତଳ ପ୍ରଭାରୀ ଶ୍ରୀ ରବି ନାରାୟଣ ସାହୁ,ଯୁବନେତା ସରୋଜ କାନ୍ତ ବେହେରା,ଏନ୍ଏ ସି ଯୁବମୋର୍ଚ୍ଚା ସଭାପତି ଶେଷଦେବ ନାଥ, ପୂର୍ବତନ ନଗରପାଳ ପ୍ରାର୍ଥୀ ରଂଜିତ କୁମାର ସାହୁ ଏବଂ ବରିଷ୍ଠ ରାଜନେତା, ଯୁବମୋର୍ଚାଲ କାର୍ଯ୍ଯକର୍ତ୍ତା, ୨ ନମ୍ବର ଏବଂ ୪ନମ୍ବର ୱାର୍ଡ ବୁଲି ଭୋଟ ଭିକ୍ଷା କରିଥିଲେ ା ଦେଶରେ ମୋଦୀଙ୍କୁ ୩ୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ, ଓଡିଶାରେ ଡବଲ୍ ଇଞ୍ଜିନ୍ ସରକାର କରିବା ପାଇଁ, ସାଂସଦ ପ୍ରାର୍ଥୀ ଶ୍ରୀ ରୁଦ୍ରନାରାୟଣ ପାଣୀଙ୍କୁ ଏବଂ କାମାଖ୍ଯାନଗରରେ ବିଧାୟକ ପ୍ରାର୍ଥୀ ଶତ୍ରୁଘନ ଜେନାଙ୍କୁ ଜିତାଇବା ପାଇଁ ଏ ଭୋଟ ଭିଖ୍ଯାର ମୁଳ ଉଦ୍ଦେଶ୍ଯ ା ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କର ସମସ୍ତ ଜନହିତକର ଯୋଜନା ଗୁଡିକ ବିଷୟରେ ମଧ୍ଯ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ ା
କାମାକ୍ଷା ନଗର ରୁ ଅସୀମାଂଶୁ ଭୂୟାଁ ଙ୍କ ରିପୋର୍ଟ ସମର୍ଥ ନିୟୁଜ




