ତିର୍ତ୍ତୋଲ ବିଧାନସଭାର କଂଗ୍ରେସ ପାର୍ଥି ହିମାଂଶୁ ମଲ୍ଲିକଙ୍କ ନାମାଙ୍କନ


ତିର୍ତ୍ତୋଲ :- ତିର୍ତ୍ତୋଲ ପାଇଁ ଆଶାଭରଷା ସାଜିଥିବା ଇଞ୍ଜିନିୟର ହିମାଂଶୁ ଭୂଷଣ ମଲ୍ଲିକ ପ୍ରବଳ ଜନସମର୍ଥନ ସହିତ ମା’ ଶାରଳାଙ୍କ ଆଶୀର୍ବାଦ ନେଇ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ସମର୍ଥିତ ବିଧାୟକ ପ୍ରାର୍ଥୀ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି !ଖବର ଆନୁସାରେ ଶ୍ରୀଯୁକ୍ତ ମଲ୍ଲିକ କଂଗ୍ରେସ ଦଳରୁ ଟିକେଟ ପାଇବା ପୂର୍ବରୁ ନିଜର ନିର୍ବାଚନ କ୍ଷେତ୍ରରେ ଅବସ୍ଥିତ ୬୧ ପଞ୍ଚାୟତ ରେ ମାତୃ ଆଶୀର୍ବାଦ ଯାତ୍ରା ଜରିଆରେ ଘରଘର ବୁଲି ଆଶିଷ ଭିକ୍ଷା କରିଥିଲେ !ପ୍ରତିଟି ଲୋକଙ୍କ ସହିତ ଚା’କପ ଗପସପ ଜରିଆରେ ନିକଟତର ହୋଇ ଆସ୍ଥା ଭାଜନ ହୋଇଥିଲେ !କଂଗ୍ରେସ ରୁ ବିଧାୟକ ଟିକେଟ ପାଇଲା ପରେ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ଝଙ୍କଡ ର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ଆଶୀର୍ବାଦ ନେଇ ନିଜର ସହସ୍ରାଧିକ ସମର୍ଥକ ମାନଙ୍କ ସହିତ ଏକ ଶାନ୍ତିପୂର୍ଣ୍ଣ ପଟୁଆର ଶାରଳା ଦୋସଡ଼ିକି ଛକ ଦେଇ ଜଇପୁର ଛକଠାରେ ପହଞ୍ଚିଥିଲେ ! ସେଠାରେ ସମର୍ଥକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲେ ବି ଶୃଙ୍ଖଳାର ସହିତ ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଅଭିମୁଖେ ବିଭିନ୍ନ ନାରା ଦେଇ ଯାତ୍ରା କରିଥିଲେ ! ସେଠାରେ ପହଂଚିବା ପରେ ୧୦୨ ତିର୍ତ୍ତୋଲ ସଂରକ୍ଷିତ ଆସନ ର ରିଟର୍ଣ୍ଣିଙ୍ଗ ଅଧିକାରୀ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରାଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ବିଧିବଦ୍ଧ ଭାବେ ଦାଖଲ କରିଥିଲେ !ଜଗତସିଂହପୁର ସଂସଦୀୟ କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସେଠୀ ମଧ୍ୟ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବାର ଦେଖିବାକୁ ମିଳିଥିଲା !
ଜଗତସିଂହପୁର ରୁ ଜିଲ୍ଲାପ୍ରତିନିଧି ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




