Politics
ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ବହୁଜନ ସମାଜ ପାର୍ଟିର ବିଧାୟିକା ପ୍ରାର୍ଥୀଙ୍କ ନାମାଙ୍କନ !


ପାରାଦ୍ୱୀପ :- କଂଗ୍ରେସ ଓ ବିଜେପି ପରେ ଆଉଏକ ଜାତୀୟ ରାଜନୈତିକ ଦଳର ମାନ୍ୟତା ପ୍ରାପ୍ତ ଦଳ ଭାବେ ବହୁଜନ ସମାଜ ପାର୍ଟି ସାରା ଦେଶରେ ପ୍ରାର୍ଥୀ ଦେଉଥିବା ବେଳେ ଜଗତସିଂହପୁର ଜିଲ୍ଲାର ୧୦୧ ପାରାଦ୍ୱୀପ ବିଧାନସଭା କ୍ଷେତ୍ର ପାଇଁ ଶ୍ରୀମତୀ ସୁଜାତା ମଲ୍ଲିକ ଙ୍କୁ ପ୍ରାର୍ଥୀ କରାଇଛି ! ଶ୍ରୀମତୀ ମଲ୍ଲିକ ଜଣେ ମିଷ୍ଠଭାଷୀ, ସମାଜସେବୀ, ଉଦାରମନା, ପରୋପକାରିଣୀ ମହିଳା ଅଟନ୍ତି !ବହୁ ସମୟ ନିଜର ସେବା ଦୀନଦୁଃଖୀଙ୍କ ନିମନ୍ତେ ଦେଇଥାନ୍ତି ! ତାଙ୍କର ସେବା ମନବୃତ୍ତି କୁ ଆଧାର କରି ବିଏସପି ସୁପ୍ରିମୋ ତାଙ୍କୁ ବିଧାୟିକା ଭାବେ ନାମାଙ୍କନ କରିବାକୁ ଟିକେଟ ପ୍ରଦାନ କରିଥିଲେ !ଶ୍ରୀମତୀ ମଲ୍ଲିକ ନିଜର ସମର୍ଥକ ମାନଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଥିବାର ଖବର ଜଣାପଡିଛି !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




