Politics

ଗ୍ରୀଷ୍ମ ଠାରୁ ବି ଜୋର ଧରିଲାଣି ଦଳୀୟ ପ୍ରଚାର । ସ୍ଵାଧୀନ ପ୍ରାର୍ଥୀଙ୍କ ପତ୍ତା ନାହିଁ।ମୋଦିଙ୍କ ଲହରର ଭାଗ୍ୟ ପରୀକ୍ଷାରେ ତୃତୀୟ ଥର ପାଇଁ କହ୍ନେଇ, ହ୍ୟାଟ୍ରିକ ଲକ୍ଷ୍ୟରେ ମହିଧର ଓ ଆତ୍ମସମ୍ମାନ ଅପେକ୍ଷାରେ ସରୋଜ 

 

ଘଣ୍ଟାପଡ଼ା, ୯/୫:( ପ୍ରଭାତ କୁମାର ସାହୁ)ଓଡିଶାର ଦ୍ଵିତୀୟ ପର୍ଯ୍ୟାୟର ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ଚୂଡାନ୍ତ ପ୍ରାର୍ଥୀ ତାଲିକା ପରେ ଚଳଚଞ୍ଚଳ ହୋଇଛି ନିର୍ବାଚନ କ୍ଷେତ୍ର । ଏଦିଗରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡ଼ି,ବିଜେପି ଓ କଂଗ୍ରେସର ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଆରମ୍ଭ ହୋଇଯାଇଛି। ବୌଦ୍ଧ ଜିଲ୍ଲା ସବୁଠୁ ଉତ୍ତପ୍ତ ହୋଇଥିବାରୁ ଦଳୀୟ ପ୍ରାର୍ଥୀ ଉପରଓଳି ଠାରୁ ରାତ୍ର ପର୍ଯ୍ୟନ୍ତ ପ୍ରଚାର ପାଇଁ ସମୟ ନିର୍ଘଣ୍ଟ କରିଛନ୍ତି। ବୁଧବାର ବିଜେପି ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ତାଙ୍କର ସହକର୍ମୀଙ୍କ ସହ ଜିଲ୍ଲାର

୧ନଂଜୋନରେ ପ୍ରଚାର ଜୋରଦାର କରିଛି। ପ୍ରଥମେ ଘଣ୍ଟାପଡ଼ା ଜୋନର କୁଲୁତାଯୋର ପଞ୍ଚାୟତର ଫାସେଡ଼ ଗ୍ରାମରେ ବିଜେପିର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଥିଲା। ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ସ୍ଵାମୀ ଚଞ୍ଚଳ ସେଠୀ, ଗତଥର ପରାଜିତ ସରପଞ୍ଚ ପ୍ରାର୍ଥୀ ପ୍ରମୋଦ ଭୋଇ ଓ ତାଙ୍କ ସମର୍ଥକ ବିଜେପିରେ ଯୋଗଦେବା ପରେ ଗାଁରେ ଘରକୁ ଘର ଭୋଗ ଭିକ୍ଷା କରିଥିଲେ। ତାପରେ ଖମନମୁଣ୍ଡା ପଞ୍ଚାୟତ, ଖୁଣ୍ଟିଗୋରା ପଞ୍ଚାୟତ ଓ ଉମା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି କାର୍ଡ଼ ଓ ଦେଶରେ ବୈପ୍ଳବ ସୃଷ୍ଟି କରିଥିବା ପଦକ୍ଷେପକୁ ପାଥେୟକରି ନିଜ ସପକ୍ଷରେ ଭୋଟ ଦେବା ଓ ବିଜୟର ଆଶିର୍ବାଦ ମାଗିଥିଲେ। ସେହିପରି ବିଜେଡି ବିଧାୟକ ପ୍ରାର୍ଥୀ ମହିଧର ରଣା ଓ କନ୍ଧମାଳ ସାଂସଦ ପ୍ରାର୍ଥୀ ଅତ୍ୟୁତ ସାମନ୍ତ ମିଳିତଭାବେ ନିର୍ବାଚନମଣ୍ଡଳୀର ୪ନଂଜୋନର ବିଭିନ୍ନ ଗ୍ରାମକୁ ଯାଇ ପ୍ରଚାରକୁ ଶାଣିତ କରିଛନ୍ତି। ସେମାନେ ନବୀନ ସରକାରଙ୍କ ଜନାଭିମୁଖି କାର୍ଯ୍ୟକୁ ପାଥେୟକରି ଲୋକଙ୍କ ପାଖକୁ ଯାଇ ବିଧାୟକଙ୍କୁ ତୃତୀୟ ଥର (ହ୍ୟାଟ୍ରିକ)ଏବଂ ଏମପିଙ୍କୁ ଦ୍ୱିତୀୟଥର ପାଇଁ ଯୋଡା ଶଙ୍ଖରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ। ସେହିପରି କଂଗ୍ରେସର ବିଧାୟକ ପ୍ରାର୍ଥୀ ମଧ୍ୟ ପଛରେ ପଡ଼ିଯାଇନାହାନ୍ତି। ସେ ମଧ୍ୟ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ଼ ଧରି ଗାଁ ଗାଁରେ ସଭାସମିତି କରି ନିଜ ସପକ୍ଷରେ ଭୋଟ ଦେଇ ଜୟ ଯୁକ୍ତ କରାଇବାକୁ ନିବେଦନ କରୁଛନ୍ତି। କିନ୍ତୁ ସ୍ଵାଧୀନ ଭାବେ ପ୍ରାର୍ଥୀ ହୋଇଥିବା ତିନି ବିଧାୟକ ପ୍ରାର୍ଥୀଙ୍କ ଏ ପର୍ଯ୍ୟନ୍ତ ଦେଖା ମିଳିନାହିଁ।ଦେଖାଯାଉ ଭାଗ୍ୟ ଦେବୀ ଆସନ୍ତା ୨୦ ତାରିଖରେ କାହା ସପକ୍ଷରେ ମତଦାନ କରାଉଛନ୍ତି ଓ ଜୁନ ୪ତାରିଖରେ କାହା ମୁଣ୍ଡରେ ସୁନାମୁକୁଟ । ଦେଖିବାର ବାକି ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button