Politics

ବୈରୀ ବୀଜେପି ପକ୍ଷରୁ ନିର୍ବାଚନ ବୈଠକ

ଛତିଆ ତା ୭/୫/୨୩( ଆ ପ୍ର) ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ବୈରୀ ଚୌଧୁରୀ କୂଅ ମଠ ପରିସରରେ ବରିଷ୍ଠ ନାଗରିକ ମାନଙ୍କ ଆନୁକୂଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ସଭାପତିତ୍ୱ କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ଦୀବାକର ସ୍ୱାଇଁ।ଭାରତୀୟ ଜନତା ପାର୍ଟି ପକ୍ଷରୁ ବଡ଼ଚଣାରୁ ପ୍ରତିନିଧିତ୍ଵ କରୁଥିବା ଯୁବ ନେତା ଅମର ନାୟକ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ।ସେ ତାଙ୍କ ଅଭିଭାଷଣ ରେ ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ମାନଙ୍କ ଦ୍ଵାରା ଯେଭଳି ୨୦୦ ବର୍ଷ ଭାରତ ଶାସିତ ହୋଇଥିଲା ସେଭଳି ବଡ଼ଚଣାବାସୀ ଜଣେ ବାହାର ଲୋକଙ୍କ ଦ୍ବାରା ଶାସିତ ନହୁଅନ୍ତୁ। ସେଥି ଲାଗି ବଡ଼ଚଣାର ସଚେତନତା ନାଗରିକ ମନସ୍ଥ କରନ୍ତୁ।

ଏବଂ ବଡଚଣା ମାଟିର ସ୍ୱାଭିମାନ୍ ବଜାୟ ରଖି ମାଟି ମା ର ପୁଅକୁ ଆଶୀର୍ବାଦ କରିଵାକୁ ନିବେଦନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମର ବରିଷ୍ଠ ନାଗରିକ ସଚ୍ଚିଦାନନ୍ଦ ସ୍ୱାଇଁ,ବିଜୟ ନାୟକ, ହୃଷିକେଶ ସ୍ୱାଇଁ, ବିଳାସ ଚନ୍ଦ୍ର ବାରିକ,ବିପିନ ବିହାରୀ ନାୟକ, ଲଦା ପିଙ୍ଗୁଆ, ଭିନ୍ନଭିନ୍ନ ମତ ରଖିଥିଲେ।ଶେଷରେ ସଭାପତି ପ୍ରମୋଦ ରାଉତ୍ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Back to top button