Politics

ନୋମିନେସନ ପୂର୍ବରୁ ମା’ଶାରଳାଙ୍କ ଆଶିର୍ବାଦ ଭିକ୍ଷା କଲେ, ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀ।  

ତିର୍ତ୍ତୋଲ :-ନିର୍ବାଚନ ୨୦୨୪ ର ପ୍ରଥମ ପାହାଚ ରେ ପାଦ ଥାପିବା ପୂର୍ବରୁ ଜଗତଜନନୀ ମା’ଶାରଳାଙ୍କ ଆଶିଷ ଭିକ୍ଷା କଲେ ଜଗତସିଂହପୁର ଲୋକସଭା ଆସନ ରୁ ବିଜେଡ଼ି ପ୍ରାର୍ଥୀ ଡକ୍ଟର ରାଜଶ୍ରୀ ମଲ୍ଲିକ ଓ ତିର୍ତ୍ତୋଲ ବିଧାନସଭା ଆସନ ରୁ ବିଧାୟକ ପ୍ରାର୍ଥୀ ପ୍ରଫେସର ଡଃ ରମାକାନ୍ତ ଭୋଇ !ବିଧିବଦ୍ଧ ଭାବରେ ମା’ଶାରଳା ଠାକୁରାଣୀ ଙ୍କର ଦର୍ଶନ ଓ ପୂଜାର୍ଚ୍ଚନା କରି, ନିର୍ବାଚନ ରଣାଙ୍ଗନରେ ବିଜୟ ଲାଭ କରିବା ନିମନ୍ତେ,ଆଶୀର୍ବାଦ ନେଇଥିବାର ଦେଖିବାକୁ ମିଳିଥିଲା !ପ୍ରଥମେ ଡ଼ଃ ରାଜଶ୍ରୀ ମଲ୍ଲିକ ଓ ପରେ ପରେ ପ୍ରଫେସର ରମାକାନ୍ତ ଭୋଇ ଝଙ୍କଡ଼ ଶାରଳାପୀଠରେ ପହଞ୍ଚିବା ପରେ, ତାଙ୍କୁ ସହସ୍ରାଧିକ ଦଳୀୟ ନେତୃବୃନ୍ଦ, କର୍ମୀ ଓ ସମର୍ଥକ ମାନେ, ମନ୍ଦିର ବେଢ଼ା ଭିତରକୁ ପାଛୋଟି ନେଇଥିଲେ। ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ, ବେଢ଼ା ପରିକ୍ରମା କରିବା ସମୟରେ ତାଙ୍କୁ ସେବାୟତ ମାନେ ମାଆଙ୍କ ପ୍ରସାଦ, ଚନ୍ଦନ ସିନ୍ଦୂର ଓ ଉତ୍ତରୀୟ ଆଦି ପ୍ରଦାନ କରି ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଏକ ଖୋଲା ଜିପରେ, ପ୍ରାର୍ଥୀ ଦୁହିଁଙ୍କ ସହିତ, ଜିଲ୍ଲା ବିଜେଡି ସଭାପତି ରବିନାରାୟଣ ଜେନା, ଜିଲ୍ଲାପରିଷଦ ଉପାଧ୍ୟକ୍ଷl ସୁଜାତା ମହାନ୍ତି, ତିର୍ତ୍ତୋଲ ବ୍ଲକ ବିଜେଡ଼ି ସଭାପତି ଗଙ୍ଗାଧର ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା, ଜିଲ୍ଲା ବିଜେଡ଼ିର ବରିଷ୍ଠ ଉପସଭାପତି ଅଶ୍ଵିନୀ ଦାସ ପ୍ରମୁଖ ଦଣ୍ଡାୟ ମାନ ହେବା ପରେ ଏକ ବିଶାଳ ମଟର ସାଇକେଲ ରାଲିରେ, ସାରଳାରୋଡ଼ ଦୋସଡିକ ଛକ ଓ ଜୟପୁର ଛକ ବାଟଦେଇ, ଜଗତସିଂହପୁର ଅଭିମୁଖେ ଯାତ୍ରା କରିଥଲେ ।ଶୋଭାଯାତ୍ରା ଅତିକ୍ରମ କଲାବେଳେ, ଜୟମା ଶାରଳା ଧ୍ଵନି ଓ ଦଳୀୟ ସ୍ଲୋଗାନ ରେ, ପଥପ୍ରାନ୍ତ ପ୍ରକମ୍ପିତ ହୋଇ ଉଠିଥିଲା।ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ପହଂଚିବା ପରେ ନାମାଙ୍କନ ନିମନ୍ତେ ଦୁଇ ଜଣ ପ୍ରାର୍ଥୀ ଅଫିସ ମଧ୍ୟକୁ ପ୍ରବେଶ କରି ପ୍ରାର୍ଥୀପତ୍ର ଦାଖଲ କରିଥିଲେ ! 

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button