ଆଚାର୍ଯ୍ୟ ନାରାୟଣ ଦାସ ଙ୍କ ମହାପ୍ରାଣ ଦିବସ


ଗୋବିନ୍ଦ ପୁର ସ୍ଥିତ ସିଦ୍ଧ ଗିରି ଆଶ୍ରମ ର ପ୍ରତିଷ୍ଠାତା ହାଡିବନ୍ଧୁ ଦାସ ଙ୍କ ପଟ ଶିଷ୍ୟ ସ୍ବର୍ଗତ ଆଚାର୍ଯ୍ୟ ନାରାୟଣ ଦାସ ଙ୍କ ମହାପ୍ରାଣ ଦିବସ ଗତ କାଲି ଆଶ୍ରମ ପରିସର ମଧ୍ୟରେ ପାଳିତ ହୋଇଯାଇଅଛି, ସିଦ୍ଧଗିରି ଆଶ୍ରମ ର ମହନ୍ତ ବାବାଜୀ ବିଶ୍ୱ ନାଥ ଦାସ ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ଯଥା ରୀତି ଓ ନୀତି ଅନୁସାରେ ବ୍ରାହ୍ମ ମୁହୂର୍ତ୍ତ ରୁ ବେଦ ମାଙ୍ଗାଳିକ ନହବତ ଗିତା ପ୍ରାତଃ ବିନତିମହା ପୁରୁଷ ଙ୍କ ପୂଜା ଗୁରୁ ଦେବ ଙ୍କ ଷୋଡଶ ଉପଚାର ପୂଜା ନବ ବସ୍ତ୍ର ପରିଧାନ ନାମ ସଂକୀର୍ତନ ଭକ୍ତି ସଂଗୀତ ଓ ପ୍ରସାଦ ବିତରଣ ଆଦି କାର୍ଯ୍ୟ ଅତି ସୁନ୍ଦର ଭାବରେ ସମ୍ପର୍ଣ ହୋଇଥିଲା, ଆଖ ପାଖ ଓ ଦୂର ଦୁରାନ୍ତ ରୁ ବହୁ ଭକ୍ତ ଜନ ମାନଙ୍କ ର ସମାଗମ ହୋଇଥିଲା, ସନ୍ଧ୍ୟା ରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା, ବାବାଜୀ ବିଶ୍ୱ ନାଥ ଦାସ ଆଚାର୍ଯ୍ୟ ଗୁରୁ ନାରାୟଣ ଦାସ ଙ୍କ ଦିବ୍ୟ ଜୀବନୀ ଉପରେ ମଠ ର ଶିଷ୍ୟ ଶିଷ୍ୟା ମାନଙ୍କୁ ବୁଝାଇଥିଲେ, ଆଶ୍ରମ ର ମା ସମସ୍ତ ଙ୍କୁ ଶୁଭେଚ୍ଛା ବାର୍ତା ପ୍ରଦାନ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




