କଣ୍ଟାମାଳରେ ପାଣ୍ଡିଆନଙ୍କ ନିର୍ବାଚନୀ ଜନସଭା


କଣ୍ଟାମାଳରେ ପାଣ୍ଡିଆନଙ୍କ ନିର୍ବାଚନୀ ଜନସଭା
* ରାଜ୍ୟର ବିକାଶ କ୍ଷେତ୍ରରେ ନବୀନ ସରକାର ଦେଶର ଶିର୍ଷରେ-ଭିକେ ପାଣ୍ଡିଆନ,
* ୧୦୦ ବର୍ଷରେ ମଧ୍ୟ କେହି ନବୀନ ସରକାରଙ୍କ ରେକର୍ଡ କେହି ଭଙ୍ଗ କରିପାରିବେନି -ତ.ଅଚ୍ୟୁତ ସାମନ୍ତ
* ୪୦ ହଜାରରୁ ଉର୍ଦ୍ଧ ଭୋଟରେ ବିଜୟୀ ହେବୁ-ମହିଧର ରଣା
କଣ୍ଟାମାଳ, ୫/୫:(ପ୍ରଭାତ କୁମାର ସାହୁ)୨୪ ବର୍ଷ ଶାସନ କାଳରେ ନବୀନ ସରକାର ବିକାଶ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଶିର୍ଷରେ ରହିଥିବା କଥା ରବିବାର କଣ୍ଟାମାଳ ନିର୍ବାଚନମଣ୍ଡଳୀର କଣ୍ଟାମାଳ ହାଇସ୍କୁଲ ଖେଳ ପଡ଼ିଆରେ ଆୟୋଜିତ ଏକ ନିର୍ବାଚନୀ ଜନ ସଭାରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗ ଦେଇ ଉଦବୋଧନ ଦେଇଥିଲେ।ସେ ଅପରାହ୍ନ ୩ଘ. ୩୦ମିନିଟରେ ହେଲିକେପ୍ଟର ଯୋଗେ ଅବତରଣ କରି ପ୍ରଥମେ ଜନ ସାଧାରଣଙ୍କ ସହ ଭାବ ବିନିମୟ ପରେ ସଭାରେ ଯୋଗ ଦେଇଥିଲେ। ହଜାର ହଜାର ସମର୍ଥକଙ୍କ ମଧ୍ୟରୁ ଅଧାରୁ ଅଧିକ ମହିଳାଙ୍କୁ ଦେଖି ଆତ୍ମ ବିଭୋର ହୋଇ ଜୟ ଜଗନ୍ନାଥରୁ ଭାଷାଣ ଆରମ୍ଭ କରି କହିଥିଲେ ଯେ ଆମେ କାମରେ ବିଶ୍ୱାସ କରୁ, କଥାରେ ନୁହେଁ। ବିରୋଧୀ ଦଳକୁ କଟୁ ସମାଲୋଚନା କରି ଆମ ସରକାର ସମୟରେ ରାସ୍ତାର ଉନ୍ନତିକରଣ, ଗମନାଗମନ ସୁବିଧା ପାଇଁ ସେତୁ ନିର୍ମାଣ, ପାନୀୟ ଜଳ ଯୋଗାଣ,ଚାଷୀଙ୍କ ପାଇଁ ଜଳ ସେଚନର ସୁବିଧା, ମାଗଣା ସ୍ୱାସ୍ଥ୍ୟସେବା, ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ, ଶିକ୍ଷାକ୍ଷେତ୍ରରେ ୫ଟି ଅଧିନରେ ବିଦ୍ୟାଳୟର ରୂପାନ୍ତରିତ, ଉତ୍ତମ ଛାତ୍ରଙ୍କୁ ଶିକ୍ଷାବୃତ୍ତି, ମହିଳାମାନଙ୍କ ସ୍ଵାବଲମ୍ବି ପାଇଁ ୫ ଲକ୍ଷ ଟଙ୍କା ଉପରେ ବିନା ସୁଧରେ ଋଣ ପ୍ରଦାନ, ମନ୍ଦିର ଉନ୍ନତିକରଣ ଆଦି ବଖାଣିଥିଲେ। ତେଣୁ କଣ୍ଟାମାଳ ବିଧାନସଭାର ବିଜେଡି ବିଧାୟକ ପ୍ରାର୍ଥୀ ମହିଧର ରଣା ଓ କନ୍ଧମାଳ ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତଙ୍କୁ ୨ଟି ଶଙ୍ଖରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ସେହିପରି ବିଧାୟକ ପ୍ରାର୍ଥୀ ମହିଧର ରଣା ଅଞ୍ଚଳର ବିକାଶପାଇଁ ମନ୍ଦିରର ଉନ୍ନତିକରଣ,ସେତୁ ନିର୍ମାଣ, ଜଳ ସେଚନ ସୁବିଧା, ପର୍ଯ୍ୟଟନସ୍ଥଳୀର ରୂପାନ୍ତରିକରଣ, ପାନୀୟ ଜଳ ଯୋଗାଣ , କଣ୍ଟାମାଳ, ବାଉଁଶୁଣୀ ଓ ମନମୁଣ୍ଡାକୁ ଏନଏସି ଘୋଷଣା ଆଦି ବିଭିନ୍ନ ଦିଗରେ ବିକାଶକୁ ପାଥେୟକରି ଏଥର ୪୦ ହଜାରରୁ ଉର୍ଦ୍ଧ ଭୋଟରେ ବିଜୟୀ ହୋଇ ହ୍ୟାଟ୍ରିକ କରିବା ନେଇ ନିଶ୍ଚିନ୍ତ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ସେହିପରି ନବୀନ ସରକାରଙ୍କୁ ପ୍ରଶଂସା କରି ଡ. ସାମନ୍ତ କହିଥିଲେ ଯେ ନବୀନ ସରକାରଙ୍କ ବିକାଶକୁ ୧୦୦ ବର୍ଷ ପର୍ଯ୍ୟନ୍ତ ରେକର୍ଡ କେହି ଭାଙ୍ଗି ପାରିବେ ନାହିଁ। ଏହାପରେ ୫ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କୁ ଦଳୀୟ ବିଜେଡି କର୍ମୀଙ୍କ ତରଫରୁ ଏକ ବିରାଟ ପୁଷ୍ପମାଲ୍ୟ ଦେଇ ସ୍ଵାଗତ ଓ ଶୁଭେଚ୍ଛା ଜଣାଇଥିଲେ ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




