Politics

କାମାକ୍ଷାନଗର ରେ ବିକାଶ ହୋଇ ନ ଥିବା ଦର୍ଶାଇ ପ୍ରେସ ମିଟ ଜରିଆରେ କହିଲେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ BJP ପ୍ରାର୍ଥୀ ଶତ୍ରୁଘ୍ନ ଜେନା

ଆଜି ସନ୍ଧ୍ୟା ସମୟରେ ଢେ଼ଙ୍କାନାଳ ଜିଲ୍ଲା ଭୁବନ କାଳିବଜାର ସ୍ଥିତ BJP ନିର୍ବାଚନ କାର୍ଯ୍ୟାଳୟ ଠାରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ର BJP ପ୍ରାର୍ଥୀ ଶତ୍ରୁଘ୍ନ ଜେନା ଏକ ପ୍ରେସ ମିଟ୍ ଜରିଆରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ବିକାଶ ଧାରା ରୁ ବହୁ ଦୂର ରେ ରହିଛି,ଯାହାକି ଶିକ୍ଷା,ସ୍ବାସ୍ଥ୍ୟ,କୃଷି ଏବଂ ନିଯୁକ୍ତି କ୍ଷେତ୍ରରେ ବହୁ ଅବହେଳିତ ହୋଇ ରହିଛି ବୋଲି କହିଥିଲେ।BJD ଦୀର୍ଘ ୨୪ ବର୍ଷ ଶାସନ କାଳରେ ରହି ଶାସନ କରୁଥିଲେ ହେଁ ଏହି ନିର୍ବାଚନ ମଣ୍ଡଳୀରୁ ଚାରି ଚାରି ଥର ନିର୍ବାଚିତ ହୋଇଥିବା ବିଧାୟକ ସୌଭାଗ୍ୟ କ୍ରମେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ମନ୍ତ୍ରୀ ହୋଇ ମଧ୍ୟ ଏ ଅଞ୍ଚଳ ରେ ବିକାଶ ହୋଇ ନ ଥିବା ଦର୍ଶାଇ ଥିଲେ। ଦେଶର ସର୍ବ କନିଷ୍ଠ ସହିଦ ବୀର ବାଜିରାଉତ୍ ର ମାଟି ରେ ଦୀର୍ଘ ବର୍ଷ ଶାସନ କରି ଆସୁଥିଲେ ମଧ୍ୟ ଶିକ୍ଷାନୁଷ୍ଠାନ ମାନଙ୍କ ରେ ଶିକ୍ଷକ ଅଭାବ, ଡାକ୍ତରଖାନା ରେ ଡାକ୍ତର ଅଭାବ,ନିଯୁକ୍ତି କ୍ଷେତ୍ରରେ ବେକାର ଯୁବକ ଯୁବତୀ ଙ୍କୁ ଥଇଥାନ କରିନଥିବା ଅଭିଯୋଗ କାଇଥିଲେ।ଏଥିପାଇଁ ଆଗାମୀ ନିର୍ବାଚନ ରେ ଅଞ୍ଚଳ ର ବିକାଶ ପାଇଁ ବିକାଶ ପୁରୁଷ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱ ରେ ଓଡ଼ିଶା ରେ ତଥା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ପଦ୍ମ ଚିହ୍ନ ରେ ଭୋଟ ଦେବାକୁ ପ୍ରେସ ମିଟ ଜରିଆରେ ନିବେଦନ କରିଥିଲେ ।ଏହି ପ୍ରେସ ମୀଟ ଅବସରରେ ଭୁବନ ନଗର ମଣ୍ଡଳ ସଭାପତି ଭବାନୀ ଶଙ୍କର ବେହେରା,କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଜଗବନ୍ଧୁ ପୃଷ୍ଟି, ବରିଷ୍ଠ ବିଜେପି ନେତା ହୃଦାନନ୍ଦ ମେହେଣା ଓ କୃଷକ ନେତା ସୁରେନ୍ଦ୍ର ପୃଷ୍ଟି ଙ୍କ ସହ ବହୁ କର୍ମୀ ଉପସ୍ଥିତ ଥିଲେ 

ଭୁବନ ରୁ ସ୍ଵତନ୍ତ୍ର ରିପୋର୍ଟର ଅରୁଣ କୁମାର ସାହୁ ଙ୍କ ରିପୋର୍ଟ, ସମର୍ଥ ନୀଉଜ 

 

Related Articles

Back to top button