Politics

ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ପଣ୍ଡିଆନଙ୍କ ପ୍ରଚାର l ହରଭଙ୍ଗା

 

-ଆଜି ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଜେଡ଼ି ବରିଷ୍ଠ ନେତା କାର୍ତ୍ତିକ ପଣ୍ଡିଆନଙ୍କ ପ୍ରଚାର । ପୁରୁଣାକଟକ ଭୈରବୀ ଡିଗ୍ରୀ କଲେଜ ଠାରେ ଅସ୍ଥାୟୀ ହେଲିପ୍ୟାଡ଼ ଓହ୍ଲାଇଥିଲେ। ସେଠାରୁ ମିନି ଷ୍ଟାଡିୟମ ସ୍ଥିତ ସଭା ସ୍ଥଳରେ ପହଞ୍ଚି ଲୋକ ମାନଙ୍କ ସହ ହାତ ମିଳାଇ ମିଶି ଥିଲେ । ପଣ୍ଡିଆନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲେ । ପରେ କାର୍ତ୍ତିକ ପଣ୍ଡିଆନଙ୍କ ସମେତ କନ୍ଧମାଳ ସାଂସଦ ପ୍ରାର୍ଥୀ ଓ ବୌଦ୍ଧ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ଓ କନ୍ଧମାଳ ସାଂସଦ ପ୍ରାର୍ଥୀ ଡ଼ଃ. ଅଚ୍ୟୁତ ସାମନ୍ତ ମଞ୍ଚାସିନ ହୋଇଥିଲେ । ବିଧାୟକ ପ୍ରାର୍ଥୀ ଶ୍ରୀ ଅମାତ କେନ୍ଦ୍ରକୁ ଟାର୍ଗେଟ କରି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ରାଜ୍ୟ ସରକାରଙ୍କ ଅବଦାନ ୫୦ ପ୍ରତିଶତ ହୋଇଥିବା ବେଳେ କେନ୍ଦ୍ରର ବ୍ୟାପକ ଅବହେଳା ପାଇଁ ମନ୍ଥର ଗତିରେ ରେଳପଥ ଚାଲୁଛି । ସେହିଭଳି ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ବନ୍ଦ କରିବାକୁ ଅବଚେଷ୍ଟା ବିରୋଧୀଙ୍କୁ ସଠିକ ଜବାଵ ଦେବେ ବୋଲି କହିଥିଲେ । ସେହିଭଳି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ଵଛ ଓ ନିର୍ମାଣ ଭାବ ମୂର୍ତ୍ତି ପାଇଁ ଚଳିତ ଥର ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ସାଧାରଣଙ୍କୁ ସମ୍ବୋଧନ କରିଥିଲେ । ତେବେ କାର୍ତିକ ପଣ୍ଡିଆନ ୨୫ ବର୍ଷର ବିକାଶ ହିସାବ ଦେଇଥିବା ବେଳେ ଗତ ଜୁଲାଇ ମାସରେ ଦିଆଯାଇଥିବା ଆପ୍ଲିକେସନ ର ସମସ୍ତ କାର୍ଯ୍ୟ ରୂପାନ୍ତରିତ ହୋଇଥିବା କହିଥିଲେ । ନିର୍ବାଚନ ମଣ୍ଡଳୀ ବିକାଶ ଶିଖର ଛୁଇଁଥିବା ବେଳେ ମେ ୨୦ ତାରିଖ ଭୋଟ ମାଧ୍ୟମରେ ଏହାର ଆପଣମାନେ ଦେଖେଇବେ । ବିଧାୟକ ପ୍ରାର୍ଥୀଙ୍କୁ ୪୦ ହଜାର ଭୋଟ ବ୍ୟବଧାନରେ ବିଜୟୀ କରିବାକୁ ଲୋକଙ୍କୁ ଆହ୍ୱାନ ଦେଇଥିଲେ । ସେହିପରି ଅପରାହ୍ନରେ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ କାର୍ତିକ ପଣ୍ଡିଆନ ଏକ ପ୍ରଚାର ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l

Related Articles

Back to top button