Politics

ନେଳିଆ ଗ୍ରାମ ପଂଚାୟତ ରେ ବର୍ଷା ଙ୍କ ପ୍ରଚାର

 

ବିଧାୟିକା ପ୍ରାର୍ଥୀନୀ ବର୍ଷା ପ୍ରିୟ ଦର୍ଶିନୀ ଆଜି ନେଳିଆ ପଂଚାୟତ ରେଶହ ଶହ ସମର୍ଥକ ଙ୍କ ଶହ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିଥିଲେ, ସକାଳେ ଏହି କାର୍ଯ୍ୟ କ୍ରମ ସରିଲା ପରେ ମଧ୍ୟାହ୍ନ ରେ ପଦ୍ମନାଭ ପୁର ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା, ଓଲିଉଡ଼ ଅଭିନେତ୍ରୀ ବର୍ଷା ଙ୍କୁ ଦେଖିବା ପାଇଁସଭାସ୍ଥଳ ଜନ ସମୁଦ୍ର ହୋଇ ଉଠିଥିଲା, ପ୍ରାକ୍ତନ ବ୍ଲକ ଅଧକ୍ଷ ପ୍ରହଲ୍ଲାଦ ନନ୍ଦ ଜିଲ୍ଲା ପରିଷଦ ଉପାଧକ୍ଷ ଗଣେଶ୍ୱର ବରାଳ ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ ବ୍ଲକ ଅଧକ୍ଷା ମିନତୀ ସେନାପତିଉପାଧକ୍ଷ ବିଭାସ ନନ୍ଦ ପୂର୍ବତନ ଆତ୍ମା ଅଧକ୍ଷ ନିରଞ୍ଜନ ସେନାପତି ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମହାନ୍ତି ପ୍ରାକ୍ତନ ବ୍ଲକ ଅଧକ୍ଷ ଭାଗ୍ୟ ଧର ମଲିକ ଇତିଶ୍ରୀ ସାମଲ ଛତିଆ ସରପଞ୍ଚ ରମେଶ ପୃଷ୍ଟି ଜୋନ ସଭାପତି ବାସୁଦେବ ସ୍ୱାଇଁ ଦିଲୀପ ରାଉତ ଧନେଶ୍ୱର ବେହେରା ରମେଶ ବିଶ୍ୱାଳ ନାଏବ ସରପଞ୍ଚ ଶ୍ରୀକାନ୍ତ ପାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ଧୀରେନ୍ଦ୍ର ନାଥ ସଭାପତି ତ୍ବ କରିଥିବା ବେଳେ ଅମର ମହାନ୍ତି ସଭା ସଂଚାଳନ କରିଥିଲେ ସ୍ଥାନୀୟ ସରପଞ୍ଚ ଜୟନ୍ତୀ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମିତି ସଭ୍ୟା ଗୀତାଞ୍ଜଳି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ, ପଂଚାୟତ ର ପାଞ୍ଚ ଜଣ ବଜେପି କର୍ମୀ ଦଳ ଛାଡି ବିଜେଡି ରେ ନୂତନ ଭାବରେ ଯୋଗ ଦେଇଥିଲେ, ସେମାନଙ୍କୁ ବର୍ଷା ପ୍ରିୟ ଦର୍ଶିନୀ ପୁଷ୍ପ ଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,

 

Related Articles

Back to top button