Politics

ପାରିଆ ପଂଚାୟତ ରେ ବିଜେଡି ବିଧାୟକ ପ୍ରାର୍ଥୀନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ନିର୍ବାଚନୀ ପ୍ରଚାର୍,  

ବଡଚଣା,୩।୫.(ନି: ପ୍ର) ବଡ଼ଚଣା ବିଧାନ ସଭା କ୍ଷେତ୍ର ବିଜେଡି ବିଧାୟିକା ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ ନିର୍ବାଚନ ମଣ୍ଡଳୀର ପାରିଆ ପଞ୍ଚାୟତରେ ମାରାଥନ ନିର୍ବାଚନୀ ପ୍ରଚାର କରିଛନ୍ତି। ଅମୀୟ ଝରି ତାରିଣୀ ମନ୍ଦିର ଦର୍ଶନ କରିଥିଲେ, ସେ ଠାରେ ଶତାଧିକ ମହିଳା ଓ ବିଜେଡି ସମର୍ଥକ ମାନେ ବିଧାୟିକା ଙ୍କୁ ସ୍ବାଗତ କରିବା ସହିତ ଗାଁ ପରିକ୍ରମା କରି ଥିଲେ,ଏହା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା,

ବଡ଼ଚଣା ବାସୀଙ୍କ ସେବା କରିବା ପାଇଁ ଜନ ପ୍ରିୟ ମୁଖ୍ୟ ମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ମୋତେ ସୁଯୋଗ ଦେଇଛନ୍ତି, ଏକ ପ୍ରଗତି, ଶାନ୍ତ ଓ ସମୃଦ୍ଧ ବଡ଼ଚଣା ଗଢି ତୋଳିବା ଲାଗି ଆପଣ ମାନଙ୍କ ଆଶୀର୍ବାଦ ମୋର ପୁଞ୍ଜି ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମ ରେ ଜୋନ ସଭାପତି ମାନସ ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି, ଜିଲ୍ଲା ପରିଷଦ ଉପାଧକ୍ଷ ଗଣେଶ୍ୱର ବରାଳ, ବିପିନ ବିହାରୀ ଜେନା, ବ୍ଲକ ଉପସଭାପତି ଗଗନ୍ ସ୍ୱାଇଁ, ୧୬ ନମ୍ବର ଜିଲ୍ଲା ପରିଷଦ ଯଚିନ୍ଦ୍ର ନାୟକ, ଛତିଆ ସରପଞ୍ଚ ରମେଶ ପୃଷ୍ଟି ବ୍ଲକ ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, , ପ୍ରମୁଖ ଶହଶହ ମହିଳା , ଛାତ୍ର, ଯୁବକ ଓ ଜନସାଧାରଣ ଯୋଗ ଦେଇ ଥିଲେ। ରାଜ ନୀତିରେ ପ୍ରଥମ କରି ଅଭିନେତ୍ରୀ ରଜନେତ୍ରି ହେବାକୁ ଥିବା ବେଳେ ବିପୁଳ ଜନ ସମର୍ଥନ ଦେଖିବାକୁ ମିଳୁଛି।ଉକ୍ତ କାର୍ଯ୍ୟ କ୍ରମ ରେ ପଂଚାୟତ ସଭାପତି ସତ୍ୟବ୍ରତ ବିଶ୍ୱାଳ ବିଜୟାନନ୍ଦ ପଣ୍ଡା ପ୍ରଭାତ ଜେନା ଅମୁଲ୍ୟ ବିଶ୍ୱାଳ ଜୟ କାନ୍ତ ରାଉତ ଅଶୋକ ସ୍ୱାଇଁ ଚକ୍ରଧର ଲେଙ୍କା ଶିଶିର ବିଶ୍ୱାଳ ଯାଦୁନାଥ ସାହୁ ଦେବ ମୁଣ୍ଡା କାଣ୍ଡିଆ ବାଲ ମୁଚ ଅରକ୍ଷିତ ମହାରଣା ମୁରଲୀ ଧର ନାୟକ ଜ୍ଞାନେନ୍ଦ୍ର ନାୟକ ପ୍ରାକ୍ତନ ସମିତି ସଭ୍ୟ ଶ୍ରୀକାନ୍ତ ବେହେରା ଜିତ ରଞ୍ଜନ ସାହୁ ଅକ୍ଷୟ ଲେଙ୍କା ଚିନ୍ମୟ ବିଶ୍ୱାଳ ସାରଦା ପ୍ରସନ ନାୟକ ପ୍ରମୁଖ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button