Politics

Slug -କାମାକ୍ଷାନଗର ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ମଲ୍ଲିକ ଓ ପରଜଙ୍ଗ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଡ.ନୃସିଂହ ଚରଣ ସାହୁଙ୍କ ନାମାଙ୍କନପତ୍ର ଦାଖଲ l


 -ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ମଲ୍ଲିକ ମାଳପୁରା ଗ୍ରାମ ନିକଟରେ ଥିବା ରାମ ମନ୍ଦିରରୁ ବିଶାଳ ଶୋଭାଯାତ୍ରାରେ ବାହାରି କାମାକ୍ଷାନଗର ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । କାମାକ୍ଷାନଗର ଉପଜିଲ୍ଲାପାଳ ରିଟର୍ଣ୍ଣିଂ ଅଫିସର ନାରାୟଣ ଚନ୍ଦ୍ର ନାୟକଙ୍କୁ ନାମାଙ୍କନପତ୍ର ଦାଖଲ କରିଛନ୍ତି I କାମାକ୍ଷାନଗର ନିର୍ବାଚନମଣ୍ଡଳୀର ବିଜେଡି ପର୍ଯ୍ୟବେକ୍ଷକ , ବ୍ଳକ୍ ଅଧକ୍ଷ ପ୍ରେମାନନ୍ଦ ସାହୁ, ନଗରପାଳ ଧର୍ମାନନ୍ଦ ପରିଡା, ଭୁବନ ନଗର ପାଳ ଶୁଭେନ୍ଦୁ ସାହୁ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ସହ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ, ଜିଲ୍ଲାରକର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ପର୍ଜଙ୍ଗ ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ଡ.ନୃସିଂହ ଚରଣ ସାହୁ ଆଳୁତୁମା ଛକ ନିକଟରୁ ବିଶାଳ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ।ତାଙ୍କ ସହିତ ପର୍ଜଙ୍ଗ ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ, ବରିଷ୍ଠ ସଂଗଠକ ଓ କର୍ମକର୍ତ୍ତାଙ୍କ ସହ ପହଞ୍ଚି ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ପାଳ ତଥା ରିଟର୍ଣ୍ଣିଂ ଅଫିସର ଅନୀତା ପାତ୍ରଙ୍କୁ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି l

Related Articles

Back to top button