Politics

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବିଶାଳ ରୋଡ ଶୋ

 

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା: ବିଜେଡି ନେତା ଭି. କେ ପାଣ୍ଡିଆନ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ଭବାନୀପାଟଣା ବିଧାନସଭା ପ୍ରାର୍ଥିନୀ ଲଳିତା ନାଏକଙ୍କ ନିମନ୍ତେ ଭୋଟ ପ୍ରାର୍ଥନା କରିବା ସହ ଭବାନୀପାଟଣା ଠାରେ ବିଶାଳ ରୋଡ୍ ଶୋ’ କରିଛନ୍ତି। ଭି. କେ ପାଣ୍ଡିଆନ ସ୍ଥାନୀୟ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଖେଳପଡ଼ିଆରୁ ବିରାଟ ପଟୁଆରରେ ହଜାର ହଜାର ସମର୍ଥକଙ୍କ ମଧ୍ୟରେ କଲେଜ ଛକ, ଇରିଗେସନ କଲୋନୀ ଛକ, ମାଣୀକେଶ୍ଵରୀ ଛକ, ଷ୍ଟାଚ୍ୟୁ ଛକ, ଘୋଡ଼ାଘାଟ ଛକ, ଜେଲ ଛକ ଓ ନକଟିଗୁଡ଼ା ଛକ ଦେଇ ରୋଡ୍‌ ଶୋ କରିଥିଲେ । ଏହି ସମସ୍ତ ଛକରେ ଅପେକ୍ଷା କରିଥିବା ହଜାର ହଜାର ମହିଳା, ପୁରୁଷ ଓ ଯୁବକଯୁବତୀ ପାଣ୍ଡିଆନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏହି ସମୟରେ ପାଣ୍ଡିଆନ ବିଜେପି ସାଂସଦ ପରୋକ୍ଷା ଭାବେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଜାତୀୟ ରାଜପଥର ଉନ୍ନତି ହୋଇନି କି ମୋବାଇଲ ନେଟୱର୍କ ନାହିଁ । ତେଣୁ ଆପଣଙ୍କ ସାଂସଦ ଗତ ୫ ବର୍ଷରେ କରୁଥିଲେ କ’ଣ ସେ ଆଉମଧ୍ୟ କହିଛନ୍ତି । ବିରୋଧୀଙ୍କ ମିଠା କଥାର ମାୟାଜାଲରୁ ଦୂରରେ ରୁହନ୍ତୁ । ଭୋଟ ନେଲା ପରେ ସେମାନେ ଆପଣଙ୍କୁ ଦେଖାଦେବେ ନାହିଁ କି ଖୋଜିଲେ ବି ମିଳିବେ ନାହିଁ । ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡ଼ିଶା ପରିବାରର ମୁଖ୍ୟ । ପରିବାରର ମୁଖ୍ୟ ଭାବରେ ସେ ଆପଣମାନଙ୍କ ସମସ୍ତ ଦାୟିତ୍ଵ ନେଇଛନ୍ତି । ଭାଷା, ସଂସ୍କୃତି, ପୂଜାସ୍ଥଳୀର ଉନ୍ନତି ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଆପଣଙ୍କ ଦରଖାସ୍ତ ଉପରେ କ’ଣ କାମ ହୋଇଛି ସେ ହିସାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଆସନ୍ତା ୧୩ ତାରିଖ ରେ ଯୋଡ଼ିଶଙ୍ଖରେ ବଟନ ଦବାଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ସହ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ପାଣ୍ଡିଆନ ଆହ୍ବାନ ଦେଇଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ବିଜେଡି କଳାହାଣ୍ଡି ପ୍ରଭାରୀ ପ୍ରଣବ ବଳବନ୍ତରାୟ, ଜିଲ୍ଲା ସଭାପତି ତଥା ଧର୍ମଗଡ଼ ବିଧାନସଭା ପ୍ରାର୍ଥୀ ପୁଷେନ୍ଦ୍ର ସିଂଦେଓ, ଲାଞ୍ଜିଗଡ଼ ପ୍ରାର୍ଥୀ
ପ୍ରଦୀପ ଦିଶାରୀ, ଜୁନାଗଡ଼ ପ୍ରାର୍ଥୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ବହୁନେତା ଓ କର୍ମୀ ଉପସ୍ଥିତ ଥିଲେ । ପାଣ୍ଡିଆନଙ୍କ ରୋଡ ସୋ ସମୟରେ ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ । ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button