ସୋଲର ଠାରେ ବିଜେଡି ବିଧାୟକ ପ୍ରାର୍ଥୀନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ନିର୍ବାଚନୀ ପ୍ରଚାର୍,


ବଡଚଣା,୩।୫.(ନି: ପ୍ର) ବଡ଼ଚଣା ବିଧାନ ସଭା କ୍ଷେତ୍ର ବିଜେଡି ବିଧାୟିକା ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ ନିର୍ବାଚନ ମଣ୍ଡଳୀର ସୋଲର ପଞ୍ଚାୟତରେ ମାରାଥନ ନିର୍ବାଚନୀ ପ୍ରଚାର କରିଛନ୍ତି। ସୋଲର ବଜାର ଠାରେ ଶତାଧିକ ମହିଳା ଓ ବିଜେଡି ସମର୍ଥକ ମାନେ ବିଧାୟିକା ଙ୍କୁ ସ୍ବାଗତ କରିବା ସହିତ ବଜାର ଗାଁ ପରିକ୍ରମା କରି ମଙ୍ଗଳାଙ୍କ ମେଲଣ ପଡିଆ ଠା ରେ ପହଞ୍ଚି ଥିଲେ। ବର୍ଷା ପ୍ରିୟଦର୍ଶିନୀ ମା ମଙ୍ଗଳା ଙ୍କ ପୂଜା ଅର୍ଚ୍ଚନା କରି ଆଶୀର୍ବାଦ ଲାଭ କରିବା ସହିତ ସଭା ରେ ଯୋଗ ଦେଇ ଥିଲେ।
ବଡ଼ଚଣା ବାସୀଙ୍କ ସେବା କରିବା ପାଇଁ ଜନ ପ୍ରିୟ ମୁଖ୍ୟ ମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ମୋତେ ସୁଯୋଗ ଦେଇଛନ୍ତି, ଏକ ପ୍ରଗତି, ଶାନ୍ତ ଓ ସମୃଦ୍ଧ ବଡ଼ଚଣା ଗଢି ତୋଳିବା ଲାଗି ଆପଣ ମାନଙ୍କ ଆଶୀର୍ବାଦ ମୋର ପୁଞ୍ଜି ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମ ରେ ବଡ଼ଚଣା ବିଜେଡି ସଭାପତି ଅରବିନ୍ଦ ସାମଲ ମଞ୍ଚ ପରିଚାଳନା କରିଥିବା ବେଳେ, ସୋଲର ସରପଞ୍ଚ ବିଜୟ ସ୍ୱାଇଁ ସମସ୍ତ ମଞ୍ଚାସିନ ନେତୃମଣ୍ଡଳୀ ମାନଙ୍କୁ ସ୍ଵାଗତ କରିଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି, ଜିଲ୍ଲା ପରିଷଦ ଉପାଧକ୍ଷ ଗଣେଶ୍ୱର ବରାଳ, ୧୬ ନମ୍ବର ଜିଲ୍ଲା ପରିଷଦ ଯଚିନ୍ଦ୍ର ନାୟକ, ବରିଷ୍ଟ ବିଜେଡି କର୍ମୀ ମାଧବାନନ୍ଦମହାପାତ୍ର ରମେଶ ବିଶ୍ୱାଳ ଦମୟନ୍ତୀ ରାଉତ, ଯୁବ ନେତୃତ୍ବ ସୁଧାଂଶୁ ରାଉତ, ଗୀତାଞ୍ଜଳି ବିଶ୍ଵାଳ, ବନ୍ଦିତା ପ୍ରହରାଜ,ବ୍ଲକ ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ସୋଲର ସମିତି ସଭ୍ୟ ସଞ୍ଜୟ ବେହେରା , ସୋଲର ପଞ୍ଚାୟତ ର ବହୁ ମହିଳା , ପ୍ରମୁଖ ଶହଶହ ମହିଳା , ଛାତ୍ର, ଯୁବକ ଓ ଜନସାଧାରଣ ଯୋଗ ଦେଇ ଥିଲେ। ରାଜ ନୀତିରେ ପ୍ରଥମ କରି ଅଭିନେତ୍ରୀ ରଜନେତ୍ରି ହେବାକୁ ଥିବା ବେଳେ ବିପୁଳ ଜନ ସମର୍ଥନ ଦେଖିବାକୁ ମିଳୁଛି।ସମିତି ସଭ୍ୟ ସଞ୍ଜୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




