Politics

ଜଗତସିଂହପୁର ବିଧାୟକ ଆସନ ପାଇଁ ନେତାଙ୍କ ମଧ୍ୟରେ ଚାଲିଛି ଅଙ୍କକଷା !

ଜଗତସିଂହପୁର :–ନିର୍ବାଚନ ଯେତେ ପାଖେଇ ଆସୁଛି ନେତାଙ୍କର ମୁଣ୍ଡକୁ ସେତେ ଜୋର ରେ ଜିତିବାର ପୋକ କାମୁଡୁଛି !କହିବାକୁ ଗଲେ ଦଳବଦଳ କରିଥିବା ନେତାଏ ଅତି ବିଶ୍ୱସ୍ତ ଭାବେ ଦମ୍ ଲଗେଇ ଖଟୁଛନ୍ତି !ତଥାପି କୋଉଠି ନା କୋଉଠି ଭୁଲ ହେଇଯାଉଥିବାରୁ ପୁଣି ଚାଲୁଛି ଅଙ୍କକସା ! ଅର୍ଥାତ ୨୦୧୯ ରେ କିଏ କେତେ ଭୋଟ ପାଇଥିଲା, କିଏ କେତେରେ ଜିତିଥିଲା, ଆଉ କିଏ କେତେଖଣ୍ଡ ଭୋଟ ବ୍ୟବଧାନରେ ହାରିଥିଲା ! ଏଇଟା ହେଉଛି ସଂଖ୍ୟା ଗଣିତ ! ଆଉ କେତେ ଖଣ୍ଡ ଭୋଟ ହେଲେ ଶତ୍ତୃପକ୍ଷ ଚିତପଟାଙ୍ଗ ମାରିବେ ଏଇଟା ହେଉଛି ସମାଧାନ !ଯେତେ ସୂତ୍ର ବ୍ୟବହାର କଲେ ବି ସବୁ ଅଙ୍କ ଭୁଲ ହେଇଯାଉଛି !ଅସଲ କଥା ବାବୁ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ରୁ ଡେଇଁ ବିଜେଡି ରେ ମିଶିଲେ !୨୦୧୯ ରେ ଯୋଉ ନେତାଙ୍କ ବିପକ୍ଷରେ ଲଢୁଥିଲେ ଏବେ ସେଇ ବାବୁ ପ୍ରଶାନ୍ତ ମୁଦୁଲିଙ୍କ ପାଇଁ ପ୍ରଚାରକ ସାଜିବେ !ଭୋଟ ଭିକ୍ଷା କରି ମୁଦୁଲି ବାବୁଙ୍କୁ ଜିତେଇବାର ପ୍ଲାନ ତିଆରି କରୁଛନ୍ତି ! କିନ୍ତୁ ଲୋକେ କହୁଛନ୍ତି ବସନ୍ତ ନନ୍ଦନ ମୁଦୁଲି ବାବୁଙ୍କ ପାଇଁ ଟିକେଟ ପାଇନ ଥିବାରୁ ତାଙ୍କୁ ହରେଇବାର ସୂତ୍ର ଖୋଜୁଛନ୍ତି ! କିନ୍ତୁ ଚିରଞ୍ଜିବୀ ଙ୍କ ସହିତ ପ୍ରଶାନ୍ତ ମୁଦୁଲିଙ୍କ ମିଳିତ ଫଟୋ ଦେଖି ଅନ୍ୟ ନେତାଙ୍କ ଅଙ୍କ ଭୁଲ ହେଇ ଯାଉଛି ବୋଲି ଚର୍ଚ୍ଚା ହେଉଛି !ଅନ୍ୟପଟେ ଅମରେନ୍ଦ୍ର ଦାସ ମହାଶୟ ବିଜେଡି ରୁ ଡିଆଁମାରି ବିଜେପିରୁ ଟିକେଟ ହାସଲ କରିନେଇଛନ୍ତି ସିନା, ସେ ବି ଅଙ୍କ କଷୁଛନ୍ତି ଯେ ଗତ ୨୦୧୯ ରେ ବିଜେଡି ଭୋଟ କେତେ ଯୁକ୍ତ କରିଥିଲେ ଆଉ କେତେ ସମର୍ଥକ ଏବେ ଅଛନ୍ତି, ପୁଣି ବିଜେପି କେତେ ଭୋଟ ଯୁକ୍ତ କଲେ ନିର୍ବାଚନ ଜିତିଯିବେ ! ତାଙ୍କର ବି ଅଙ୍କ ଭୁଲ ହେଇ ଯାଉଛି ! ଏତଦଭିନ୍ନ କଂଗ୍ରେସ, ସ୍ୱାଧୀନ, ଏବଂ ଅନ୍ୟାନ୍ୟ ଦଳ ନିଜର ଭୋଟ ସଂଖ୍ୟା ବଢେଇବାକୁ ପ୍ରୟାସ କରିଚାଲି ଥିବାର ଦେଖିବାକୁ ମିଳିଛି ! ତେବେ ନିର୍ବାଚନ ପାଇଁ ଭୁଲ ଅଙ୍କ ସଂଶୋଧନ ହେବ ସେତେବେଳେ, ଯେତେବେଳେ ନିର୍ବାଚନ ଫଳାଫଳ ସର୍ବସାଧାରଣରେ ପ୍ରକାଶିତ ହେବ !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ନ୍ୟୂଜ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button