Politics

କପାଷ୍ଟିକିରି ଗ୍ରାମ ର 30ରୁ ଉର୍ଦ୍ଧ ବିଜେଡି ଓ କଂଗ୍ରେସ କର୍ମୀ ବିଜେପି ରେ ଯୋଗ ଦାନ

ଗତକାଲି ବଡ଼ଚଣା ବିଜେପି ନେତା ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ବିଧାୟକ ପ୍ରାର୍ଥୀ ଅମର ନାୟକ ଙ୍କ ନେତୃତ୍ୱ ରେ ଆସ୍ଥା ପ୍ରକଟ କରି ବନ୍ତଳା ପଂଚାୟତ କପାଷ୍ଟିକିରି ଗ୍ରାମ ର 30ରୁ ଉର୍ଦ୍ଧ ବିଜେଡି ଓ କଂଗ୍ରେସ କର୍ମୀ ବିଜେପି ରେ ଯୋଗ ଦାନ କରିଛନ୍ତି, କପାଷ୍ଟିକିରି ସ୍ଥିତ ଅଯୋଧ୍ୟା ମାତା ମଠ ଠାରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା, ବିଜେପି ନେତା ଅମର ନାୟକ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ସମୀର ରାଉତ ସଭାପତିତ୍ୱ କରିଥିଲେ, ସମିତି ସଭ୍ୟ ସୋମ୍ୟ ରଞ୍ଜନ ବିଶ୍ୱାଳ ମଣ୍ଡଳ ସଭାପତି ଲଲାଟେନ୍ଦୁ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ,ଯୁବ ନେତା ଲଲାଟେନ୍ଦୁ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ,ଗ୍ରାମ ର ଉଦୀୟମାନ ଯୁବ ସମାଜ ସେବୀ ଜନାର୍ଦନ ସ୍ୱାଇଁ ଙ୍କ ଉଦ୍ୟମ ରେ ଉକ୍ତ ଯୁବ ଗୋଷ୍ଠୀ ବିଜେପି ରେ ନୂତନ ଭାବେ ସଦସ୍ୟ ପଦ ଗ୍ରହଣ କରିଥିଲେ,ଓ ସେମାନଙ୍କୁ ବିଜେପି ଉତ୍ତରୀୟ ଓ ଟୋପି ପିନ୍ଧାଇ ଦେଇଥିଲେ ଅମର ନାୟକ ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button