ବିଜେପି ଯୁବମୋର୍ଚ୍ଚା ବୈଠକରେ ବିଜେଡି କୁ ଟାର୍ଗେଟ କରିବାକୁ ଆହ୍ୱାନ !


ତିର୍ତ୍ତୋଲ ::-ଜଗତସିଂହପୁର ବିଜେପିର ଟାର୍ଗେଟ ରେ ବିଜେଡି ନେତା !ସଂସଦୀୟ କ୍ଷେତ୍ରକୁ ନେଇ ଟାର୍ଗେଟ କଲେ ବର୍ତ୍ତମାନ ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ !ବିଗତ ନିର୍ବାଚନ ରେ ଜିତିଥିବା ସାଂସଦ ପ୍ରାର୍ଥୀନୀ ରାଜଶ୍ରୀ ମଲ୍ଲିକ କେତେଥର ନିଜ କ୍ଷେତ୍ର ତଥା ଜଗତସିଂହପୁର ସମସ୍ୟା କୁ ନେଇ ପାର୍ଲିଆମେଣ୍ଟ ରେ ଡିବେଟ ରଖିଛନ୍ତି ? ସାଂସଦ ପାଣ୍ଠି କେନ୍ଦ୍ରୀୟ ଅନୁଦାନ ରାଶି ପାଞ୍ଚ କୋଟି ଟଙ୍କା କୁ କୋଉ କାର୍ଯ୍ୟରେ ଲଗାଇଛନ୍ତି ?? ପାର୍ଲିଆମେଣ୍ଟ ରେ ଉପସ୍ଥିତ ହାର ଶତକଡା ୪୯ ଥାଇ ଅବଶିଷ୍ଟ ୫୧% ଅନୁପସ୍ଥିତ ସମୟ ସାଂସଦ ମହାଶୟା କୋଉ ସଂସଦୀୟ ଅଞ୍ଚଳରେ ଦେଇଥିଲେ ??? ଜଣେ ଅପାରଗ ପ୍ରାର୍ଥୀନୀ ଙ୍କୁ ଜନସାଧାରଣ ଭୋଟ ଦେଇ ସଂସଦ ପଠେଇଥିଲେ କଣ ପାଇଁ ??? ଏପରି ପ୍ରଶ୍ନ ବାଣରେ ତିର୍ତ୍ତୋଲ ଆନନ୍ଦମଣ୍ଡପ ପରିସରରେ ଆୟୋଜିତ ବିଜେପି ଯୁବମୋର୍ଚା ସାଙ୍ଗଠନିକ ବୈଠକରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଗାମୀ ନିର୍ବାଚନ ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ଉପରୋକ୍ତ ତାର୍କିକ ମନ୍ତବ୍ୟ ଦେଇଥିଲେ ! ସମ୍ମାନିତ ଅତିଥିଭାବେ ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ ରାଜକିଶୋର ବେହେରା ଯୁବମୋର୍ଚା ର ସାଙ୍ଗଠନିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦେଇଥିଲେ ! ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ଯୁବମୋର୍ଚା ସାଧାରଣ ସମ୍ପାଦକ ମନୋଜ ଶୁକ୍ଲା ସଭାପରିଚାଳନା କରିଥିବା ବେଳେ ଜିଲ୍ଲା ସଂଯୋଜକ ସୁବୋଧ କୁମାର ବାରିକ, ଜିଲ୍ଲା ଯୁବମୋର୍ଚା ଉପସଭାପତି ସୁଶୀଲ କୁମାର ସାହୁ ପ୍ରମୁଖ ଯୋଗଦେଇ ନିଜନିଜର ସାଙ୍ଗଠନିକ ମନ୍ତବ୍ୟ ପ୍ରଦାନ କରିଥିଲେ !ଜିଲ୍ଲା ଯୁବମୋର୍ଚା ସଭାପତିଙ୍କ ଆହ୍ୱାନ କ୍ରମେ ଆୟୋଜିତ ଯୁବ ମଞ୍ଚ କୁ ତିର୍ତ୍ତୋଲ ସମସ୍ତ ଯୁବଗୋଷ୍ଠି ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !




