ମା’ଅମ୍ବିକାଙ୍କ ମନ୍ଦିର ପ୍ରାଙ୍ଗଣରେ ପାଞ୍ଚଦିନବ୍ୟାପିବାଦୀ ପାଲା ଅନୁଷ୍ଠିତ.


କଣ୍ଟାପଡ଼ା ବ୍ଳକର ଉତ୍ତାରଣ ଗ୍ରାମପଞ୍ଚାୟତର ଉତ୍ତାରଣ ଗ୍ରାମରେ ପାଞ୍ଚ ଦିନ ବ୍ୟାପିବାଦୀ ପାଲା ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଶହେ ବର୍ଷର ସରକାରୀ ପ୍ରାପ୍ତ ଅନୁଷ୍ଠାନ, ଏହି ଅନୁଷ୍ଠାନରେ ବିଶିଷ୍ଟପାଲା କଳାକାରମାନେ ପାଲା ପରିବେଷଣ କରିଆସୁଛନ୍ତି । ଏ ବର୍ଷରବାଦୀ ପାଲାମଞ୍ଚରେ ଆମନ୍ତ୍ରିତ ଅତିଥି ଗାୟକ ତତ୍ତ୍ଵ ବିଭୂଷଣ -ଶ୍ରୀଯୁକ୍ତ ଲମ୍ବୋଦର ବେହେରା ଏବଂ ଗାୟକ ଯୁବ ସମ୍ରାଟ ଶ୍ରୀଯୁକ୍ତ-ନୃସିଂହ ଚରଣ ହୋତାଙ୍କ ପାଲା ପରିବେଷଣ ବହୁତ ଉଚ୍ଚକୋଟୀର ଥିଲା । ପାଲା ଗାଇବା ଶୈଳି ଲୋକମାନଙ୍କ ମନକୁ ବେଶ୍ ଛୁଇଁପାରିଥିବା ଦେଖିବାକୁ ମିଳିଥିଲା । ବହୁସଂଖ୍ୟାର ଦୂରଦୂରାନ୍ତରୁ ଲୋକ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା ।ଏହି ଅନୁଷ୍ଠାନଟି ବହୁତ ଜଣାଶୁଣା ଅନୁଷ୍ଠାନ ଭାବେ ଖ୍ୟାତି ଅର୍ଜନ କରିଛି,ଏଭଳି ପାଲା ପରିବେଷଣ ଆଉ କୋଉଠି ଦେଖିବାକୁ ଏତେ ମିଳିନଥାଏ,ଏହି ଅନୁଷ୍ଠାନର ଦାୟିତ୍ଵ ବହନରେ ଶ୍ରୀଯୁକ୍ତ ପଲବିନ୍ଦୁରାୟଙ୍କ ଅବଦାନ ବହୁତ । ତାଙ୍କ ସହିତସହଯୋଗରେ ପ୍ରମୋଦ କୁମାର ମଲ୍ଲିକ,ଧର୍ମବିର କାନୁନ୍ଗୋ,ଯୁଗଳ କିଶୋର କାନୁନ୍ଗୋ,ସୁଦାମ ଚରଣ ରାୟ,,ଜିତେନ୍ଦ୍ର ଦାସ, ପ୍ରତାପ ଦାସ, ଆଶୁତୋଷ ଭୋଇ ଉତ୍ତାରଣର ସମସ୍ତ ଗ୍ରାମବାସୀ ବୃନ୍ଦସହଯୋଗ କରିଥିଲେ। କଣ୍ଟାପଡ଼ାରୁ ରିପୋର୍ଟ ପୁଷ୍ପଲତା ସମର୍ଥ ନିୟୁଜ-ଓଡ଼ିଶା




