Politics

ଇବ୍ରିସିଂ ପଞ୍ଚାୟତରେ ରୋଡ଼ ସୋ ବେଳେ ବିଜେଡି ବିଧାୟକ ପାର୍ଥୀ ରମାକାନ୍ତ ଭୋଇଙ୍କୁ ବିରୋଧ !

ତିର୍ତ୍ତୋଲ :-ଶାସକ ଦଳକୁ ଅନେକ ସ୍ଥାନରେ ବିପୁଳ ସମର୍ଥନ ମିଳୁଥିବା ବେଳେ ଇବ୍ରିସିଂ ପଞ୍ଚାୟତରେ ତାର ଓଲଟା ବିଷୟ ଦେଖିବାକୁ ମିଳିଥିଲା !ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଗତ ଦିନରୁ ଶାସକ ବିଜେଡି ଦଳର ଭାତହାଣ୍ଡି ରହି ଆସିଥିବା ବେଳେ ଚଳିତ ନିର୍ବାଚନ ସିଜିନ ପାଇଁ ନିଶ୍ଚିତଭାବେ ବ୍ୟତିକ୍ରମ ଦେଖିବାକୁ ମିଳିଛି !ଇବ୍ରିସିଂ ପଞ୍ଚାୟତରେ ବିଜେଡି ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ଜଗନ୍ନାଥପୁର ଶିଳ୍ପକେନ୍ଦ୍ର ଠାରୁ ପଞ୍ଚାୟତ ପରିକ୍ରମା କରିବାକୁ ରୋଡ ସୋ ଆରମ୍ଭ କରିଥିଲେ ।ପୂର୍ବରୁ ଅସନ୍ତୁଷ୍ଟ ଗୋଷ୍ଟୀ ଚ୍ଛତାମଠ ଠାରେ ଭୋଜି କରୁଥିବା ବେଳେ ବିଧାୟକଙ୍କ ରୋଡ଼ ସୋ ପଟୁଆର ସେଇ ବାଟ ଦେଇ ଯାଉଥିଲା ! ସେଇ ସମୟରେ ଅସନ୍ତୁଷ୍ଟ କର୍ମୀ ପଟୁଆର ମଧ୍ୟକୁ ପଶିଆସି ନାଚିବା ସହିତ ଗଣ୍ଡଗୋଳ ଆରମ୍ଭ କରି ଘୋର ବିରୋଧ କରିଥିବାର ଦେଖୁବାକୁ ମିଳିଥିଲା !ଯଦିଓ ରୋଡ଼ ସୋ ସନ୍ଧ୍ୟା ପରେ ଆରମ୍ଭ କରାଯାଇଥିଲା, ସେଥିପାଇଁ ଆଲୋକର ବ୍ୟବସ୍ଥା ନଥିବାରୁ ଅନ୍ଧକାର ମଧ୍ୟରେ ଗାଡିର ଲାଇଟ ରେ କାର୍ଯ୍ୟକ୍ରମ ଚାଲିଥିଲା !ଅନ୍ଧାର ମଧ୍ୟରେ ଚାଲିଥୁବା ଏହି ଗଣ୍ଡଗୋଳ ପୋଲିସ କର୍ମଚାରୀଙ୍କ ଉପସ୍ଥିତ ରେ ହେଉଥିଲେ ମଧ୍ୟ କାହାକୁ କିଛି ବି ଫରକ ପଡ଼ିନଥିବା ଦେଖିବାକୁ ମିଳିଥିଲା !ପ୍ରକାଶ ଯୋଗ୍ୟ ଯେ ବିଧାୟକ ପ୍ରାର୍ଥୀଙ୍କ ସହିତ ଜିଲାପରିଷଦ ଗଙ୍ଗାଧର ବିଶ୍ବାଳ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ଏବଂ ଅନ୍ୟ ଛାମୁଆ ରାଜନେତା ମାନେ ଉପସ୍ଥିତ ଥିଲେ ବି ବିରୋଧକୁ ଏଡେଇ ଦେଇ ହୋଇନଥିଲା । ଇବ୍ରିସିଂ ପଂଚାୟତର ବିଜେଡି ସଭାପତି ନିରଂଜନ ବିଶ୍ୱାଳ ପୁର୍ବତନ ଜିଲାପରିଷଦ ପ୍ରସନ୍ନ ମଲିକ,ସୁକାନ୍ତ କୁମାର ଦାସ,ସୁରେଶ ଦାସ, ରଞ୍ଜନ ବିଶ୍ୱାଳ ସନ୍ତୋଷ ସେଠୀ ,ସୁକାନ୍ତ ସ୍ବାଇଁ ଏବଂ ଅନ୍ୟମାନେ ଏହି ରୋଡ଼ ସୋ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଵା ବେଳେ ଶତାଧିକ ଲୋକ ଏହି ରାଲିରେ ସାମିଲ ହୋଇଥିଲେ ।ଶ୍ରୀଯୁକ୍ତ ଭୋଇଙ୍କୁ ବିରୋଧ କରିବା ଦଳ ପାଇଁ ତଥା ଆଗାମୀ ନିର୍ବାଚନ ପାଇଁ ଶୁଭସଂକେତ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !

Related Articles

Back to top button