Politics

ଚତୁର୍ଥ ଦିବସରେ ବିଜେଡ଼ି ବିଧାୟକ ପ୍ରାର୍ଥୀଭାବେ ନାମାଙ୍କନ ପତ୍ର ଦାଖଲ କଲେ ମହିଧର। ବିଜେଡି ସୁପ୍ରିମୋଙ୍କ ଆସ୍ଥା ଓ ବିଶ୍ୱାସ ଲୋକଙ୍କ ସ୍ଵର ହେବ। ହ୍ୟାଟ୍ରିକ ବିଜୟ ସୁନିଶ୍ଚିତ -ମହିଧର

 

କଣ୍ଟାମାଳ, ୨୯/୪: ( ପ୍ରଭାତ କୁମାର ସାହୁ)ଆସନ୍ତା ସାଧାରଣ ନିର୍ବାଚନ ରାଜ୍ୟର ଦ୍ଵିତୀୟ ପର୍ଯ୍ୟାୟର ନାମାଙ୍କନ ପତ୍ର ଦାଖଲ ପାଇଁ ଚତୁର୍ଥ ଦିନରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ନିର୍ବାଚନ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀଭାବେ ସୋମବାର ଅ: ରା:ପ୍ରାୟ ୨ଘ.ସମୟରେ ନିଜର ସମର୍ଥକଙ୍କ ସହ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନମୋହନ ପାତ୍ରଙ୍କ ନିକଟରେ ତୃତୀୟ ଥର ପାଇଁ ମହିଧର ରଣା ବିଧାୟକ ପ୍ରାର୍ଥୀଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସୋମବାର ଘଣ୍ଟାପଡ଼ାସ୍ଥିତ ମା’ ସମଲେଶ୍ଵରୀଙ୍କ ଦର୍ଶନ ସାରି ସିଧାସଳଖ ବୌଦ୍ଧ ଯାଇଥିଲେ। ବର୍ତ୍ତମାନ ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ବୌଦ୍ଧଗଡ଼ର ପ୍ରଚଣ୍ଡ ରୌଦ୍ରତାପକୁ ଦେଖି ହଜାର ହଜାର ସମର୍ଥକଙ୍କୁ ରାଲି ନ କରିବାକୁ କହି ସିଧାସଳଖ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଫଳରେ ସମସ୍ତ ସମର୍ଥକ ନିରାଶ ହୋଇ ତାଙ୍କର ପ୍ରିୟ ନେତାଙ୍କ ନିରାଡ଼ମ୍ବରତାକୁ ହଠାତ ବୁଝିପାରିନଥିଲେ। ପରେ ତାଙ୍କର ପ୍ରିୟ ନେତାଙ୍କ ବାରଣକୁ ବୁଝି ସମର୍ଥକମାନେ ବହୁ ପ୍ରଶଂସା କରିଥିଲେ

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button