Entertainment

ଘଣ୍ଟାପଡ଼ା ରାମଲୀଳାରେ ନାଟକ ଇନ୍ଦ୍ରଜିତ ବଧ ଓ ଲକ୍ଷ୍ମଣ ଶକ୍ତିଭେଦ ମଞ୍ଚସ୍ଥ

କଣ୍ଟାମାଳ, ୨୯/୪: ( ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଗ୍ରାମରେ ଚାଲିଥିବା ରାମଲୀଳା ର ଦ୍ଵାଦଶ ଦିନରେ ଇନ୍ଦ୍ରଜିତ ବଧ ଓ ଲକ୍ଷ୍ମଣ ଶକ୍ତିଭେଦ ମଞ୍ଚସ୍ଥ ହୋଇଯାଇଛି। ଶ୍ରୀ ରଘୁନାଥ ନାଟ୍ୟ ସଂସଦ ଦ୍ଵାରା ପ୍ରତିବର୍ଷ ଶ୍ରୀରାମ ଲୀଳା ପର୍ବକୁ ୧୪ ଦିନ ପର୍ଯ୍ୟନ୍ତ ମହାଆଡମ୍ବରରେ ନାଟକ ମାଧ୍ୟମରେ ପାଳିତ ହୋଇଆସୁଅଛି। ରବିବାର ସଂଧ୍ୟାରେ ମଞ୍ଚସ୍ଥ ନାଟକରେ ରାମ ଭୂମିକାରେ ଶତ୍ରୁଘ୍ନ ସାହୁ, ଲକ୍ଷ୍ମଣ- ରାଜ କୁମାର ବିଶି, ସୀତା-ଜିତେନ୍ଦ୍ର ପାଣିଗ୍ରାହୀ, ହନୁମାନ – ସୁମନ ମହାନ୍ତି, ସୁଗ୍ରୀବ -ମୋହନ ରଣା, ବିଭିଷଣ- ଲିଙ୍ଗରାଜ ବିଶି, ରାବଣ -କଳାକାହ୍ନୁ ମଲିକ, ଇନ୍ଦ୍ରଜିତ – ମାନସ ମହାନ୍ତି, ମନ୍ଦୋଦରୀ -ଶେଷଦେବ ମହାଲିକ, ସୁଲୋଚନା – ତ୍ରିନାଥ ସେନାପତି ପ୍ରମୁଖ ଅଭିନୟ କରିଥିଲେ। ବାଦ୍ୟ ଯନ୍ତ୍ରରେ ତ୍ରିଲୋଚନ,କିଶୋର, ପରେଶ, ଶରତ, କାର୍ତ୍ତୀକ,ଆନନ୍ଦ, ଜିଙ୍ଗର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ସେହିପରି ଶ୍ରୀଜଗନ୍ନାଥ ନାଟ୍ୟ ସଂସଦ ମଧ୍ୟ ଉକ୍ତ ବିଷୟ ନାଟକ ମଞ୍ଚସ୍ଥ କରିଥିଲେ।ରାମଭୂମିକାରେ ଫକିର ରଣା, ଲକ୍ଷ୍ମଣ-ଅମରସିଂ ରଣା, ସୀତା-ରସରାଜ ସେନାପତି, ହନୁମାନ – ବନ ମାଳି ମଲିକ, ସୁଗ୍ରୀବ -ବିଦ୍ୟାଧର ଦେହୁରୀ, ବିଭିଷଣ – ବୀରବାହୁ ମାଝୀ, ରାବଣ – ସୁବଳ ପାଣ୍ଡେ, ଇନ୍ଦ୍ରଜିତ -ବିରେନ୍ଦ୍ର ଦେହୁରୀ ପ୍ରମୁଖ ନିଖୁଣ ଅଭିନୟରେ ଦର୍ଶକ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ମଜା ନେଇଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button