Politics

ଭୁବନରେ ବିଜେଡିର ପୃଥକ୍ ପୃଥକ୍ ସ୍ଥାନରେ ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ, ୪ ଶହରୁ ଊର୍ଦ୍ଧ୍ବ ଯୁବକ ସାମିଲ୍

 

 _ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଭୁବନରେ ପୃଥକ ପୃଥକ ଭାବରେ ବିଜେଡି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଉପ ନଗରପାଳ ମାୟାଧର ସାହୁ ଙ୍କ ନେତୃତ୍ବରେ ପାଖାପାଖି ୪୦୦ ଶହରୁ ଊର୍ଦ୍ଧ୍ବ କର୍ମୀ ମାନଙ୍କୁ ନେଇ ଏକ ନିର୍ବାଚନୀ ବୈଠକରେ କାମାକ୍ଷାନଗର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉପସ୍ଥିତି ରେ ବିଜେପି ଓ କଂଗ୍ରେସ ର ୫୦ ରୁ ଉର୍ଦ୍ଧ କର୍ମୀ ବିଜୁ ଜନତାଦଳର ସାମିଲ୍ ହୋଇଛନ୍ତି। ଆଗାମୀ ନିର୍ବାଚନରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ପୁନର୍ବାର ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ କରାଇବା ପାଇଁ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ ବରିଷ୍ଠ ବିଜେଡ଼ି ନେତା ତଥା ଭୁବନର ଦୃଢ଼ ସଂଗଠକ ମାୟାଧର ସାହୁ । ସେହିପରି ବିଷ୍ଣୁପ୍ରିୟା ଗାଲକ୍ସି ଠାରେ ଆୟୋଜିତ ମିଶ୍ରଣ ପର୍ବରେ ଭୁବନ ଅଞ୍ଚଳର ୧୯୯୧ ବ୍ୟାଚ ପ୍ରୟାସ ସଂଗଠନ ତରଫରୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ସାମୁହିକ ଭାବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ଉପସ୍ଥିତିରେ ୫୨ ଜଣ ବିଜେଡିରେ ଯୋଗଦେଲେ। ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସହାୟତାରେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ବର୍ତ୍ତମାନ ଭୁବନରେ ଅନେକ ଆଖି ଦୃଷ୍ଟିଆ କାର୍ଯ୍ୟ ହେଉଥିବାରୁ ୧୯୯୧ ବ୍ୟାଚ ନିଜକୁ ସାମିଲ କରିଛି ବୋଲି ପ୍ରକାଶ କରିଛନ୍ତି ପ୍ରୟାସ ସଂଗଠନର ସଭାପତି ସନ୍ତୋଷ କୁମାର ସାହୁ। ଏହି ମିଶ୍ରଣ ପର୍ବରେ ସାମିଲ ଥିଲେ ଉପସ୍ଥିତ ରହିଥିଲେ ପୂର୍ବତନ ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ପୂର୍ବତନ ଉପ ନଗରପାଳ ମାୟାଧର ସାହୁ, କାଉନସିଲର ନରେନ୍ଦ୍ର ବେହେରା ଓ ପପୁ କୁମାର ସାହୁ, ସୋମନାଥ ମହାରଣା, ଇନ୍ଦ୍ରମଣି ପୋଥାଳ, ଲକ୍ଷ୍ମଣ ସାହୁ, ଶେଷଦେବ ସାହୁ, ରତିକାନ୍ତ ଗୁରୁ ପ୍ରମୁଖ। ସେହିପରି ଭୁବନ ବ୍ଲକ ବାଲିବୋ ପଞ୍ଚାୟତ, ଏକତାଳି ପଞ୍ଚାୟତ ରେ ନିର୍ବାଚନୀ ସଭା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପାଖାପାଖି ୧୦୦୦ ରୁ ଉର୍ଦ୍ଧ କର୍ମୀ ମାନଙ୍କ ଗ୍ରହଣରେ ପ୍ରଫୁଲ୍ଲ କୁମାର ମଲ୍ଲିକ ଉପସ୍ଥିତି ରେ ୧୦୦ ରୁ ଉର୍ଦ୍ଧ ଅନ୍ୟ ଦଳରୁ ଆସି ବିଜୁ ଜନତାଦଳରେ ସାମିଲ ହୋଇଛନ୍ତି ।ଭୁବନ ରୁ ସ୍ଵତନ୍ତ୍ର ରିପୋର୍ଟର ଅରୁଣ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନିୟୁଜ୍। 

 

Related Articles

Back to top button