Entertainment

ଘଣ୍ଟାପଡ଼ାରେ ଦଶମ ରଜନୀରେ ନାଟକ ବାଳି ବଧ ଓ ଲଙ୍କାପୋଡି

 

କଣ୍ଟାମାଳ, ୨୪/୪: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ା ର ବିଭିନ୍ନ ଅଞ୍ଚଳରେ ଶ୍ରୀରାମ ନବମୀ ପୂଜା ଠାରୁ ରାମମୟ। ଘଣ୍ଟାପଡ଼ା ଗ୍ରାମର ୨ଟି ସାହିରେ ଶ୍ରୀରାମଲୀଳା ନାଟ୍ୟୋତ୍ସବ ଧୂମଧାମରେ ପାଳିତ ହୋଇଆସୁଅଛି।ଗତ ଶୁକ୍ରବାର ଶ୍ରୀ ଜଗନ୍ନାଥ ନାଟ୍ୟସଂସଦ ତରଫରୁ ଦଶମ ସଂଧ୍ୟାରେ ନାଟକ ସେତୁବନ୍ଧ ପ୍ରତିଷ୍ଠା, ବିଭିଷଣ ଶରଣ ଓ କୁମ୍ଭକର୍ଣ୍ଣ ବଧ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ମଞ୍ଚସ୍ଥ ହୋଇଯାଇଛି। ଉକ୍ତ ନାଟକରେ ରାମ ଭୂମିକାରେ ଫକିର ରଣା, ସୀତା-ରସରାଜ ସେନାପତି, ଲକ୍ଷ୍ମଣ-ଅମରସିଂ ରଣା, ରାବଣ – ସୁବଳ ପାଣ୍ଡେ ,ସୁଗ୍ରୀବ-ବିଦ୍ୟାଧର ଦେହୁରୀ, ହନୁମାନ – ବନମାଳି ମଲିକ,ଅଙ୍ଗଦ – ନରେନ୍ଦ୍ର ମଲିକ, ବିଭିଷଣ- ପ୍ରମୋଦ ମଲିକ ପ୍ରମୁଖଙ୍କ ନିଖୁଣ ଅଭିନୟରେ ଦର୍ଶକଙ୍କୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ସେହିପରି ଶ୍ରୀ ରଘୁନାଥ ନାଟ୍ୟ ସଂସଦ ତରଫରୁ ରଘୁନାଥ ପୂଜା ମଣ୍ଡପରେ ରାମାୟଣ ଚରିତ ବାଳି ବଧ ଓ ଲଙ୍କାପୋଡ଼ି ନାଟକ ମଞ୍ଚସ୍ଥ ହୋଇଥିଲା। ଉକ୍ତ ନାଟକରେ ରାମ- ଦେବରାଜ ବିଶି, ସୀତା-ଜିତେନ୍ଦ୍ର ପାଣିଗ୍ରାହୀ, ଲକ୍ଷ୍ମଣ-ଅକ୍ଷୟ ମଲିକ, ହନୁମାନ – ସୁମନ ମହାନ୍ତି, ସୁଗ୍ରୀବ-ମୋହନ ରଣା, ଲଙ୍କ ଦେବୀ _ପ୍ରଶାନ୍ତ ସାହୁ, ବିଭିଷଣ- ଲିଙ୍ଗରାଜ ବିଶି, କୁମ୍ଭକର୍ଣ୍ଣ- ଜିତେନ ପଟ୍ଟନାୟକ, ସ୍ମାରକ – ନରେଶ ସାହୁ ପ୍ରମୁଖ ଅଭିନୟ କରି ଦର୍ଶକଙ୍କ ମନ ମୋହିଥିଲେ। ଦର୍ଶକଙ୍କ ଚାହୁଁଥିବା ମେଲୋଡି ପ୍ରୋଗ୍ରାମ ଦେଖିବାକୁ ଆଖ ପାଖ ଗାଁରୁ ବହୁ ଦର୍ଶକ ମଜା ନେଉଛନ୍ତି। ଉକ୍ତ ନାଟ୍ୟୋତ୍ସବ ୧୪ ଦିନ ଧରି ଚାଲୁରହିବ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button