ବିଧାୟିକା ପ୍ରାର୍ଥୀନୀଓଲିଉଡ଼ ତାରକା ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରଥମ ବଡ଼ଚଣା ଗସ୍ତ,ସାଂସଦ ପ୍ରାର୍ଥୀନୀଙ୍କ ସହିତ ଦେବାଦେବୀ ପୀଠ ଦର୍ଶନ କରି ଆଶିଷ ଲୋଡିଲେ ।


ବିଶାଳ ବାଇକ ଶୋଭାଯାତ୍ରାରେ ସାମିଲ ହେଲେ ହଜାର ହଜାର ବିଜେଡି କର୍ମୀ, ୧୬ ନମ୍ବର ଜାତୀୟ ରାଜପଥରେ ନାହିଁ ନଥିବା ଗହଳି)
ବଡ଼ଚଣା 27/4ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବଡ଼ଚଣାରେ ବିଜେଡି ପ୍ରାର୍ଥୀନୀ ଭାବେ ବର୍ଷା ପ୍ରିୟାଦର୍ଶିନୀଙ୍କ ନାମ ଘୋଷଣା ପରେ ଆଜି ପ୍ରଥମ କରି ସେ ବଡ଼ଚଣା ଗସ୍ତ କରିଛନ୍ତି । ସାଂସଦ ପ୍ରାର୍ଥୀନୀ ଶର୍ମିଷ୍ଠା ସେଠୀଙ୍କ ସହିତ ବର୍ଷାଙ୍କୁ ୧୬ ନମ୍ବର ଜାତୀୟ ରାଜପଥର ନେଳିଆ ଛକ ଠାରେ ହଜାର ହଜାର ସଂଖ୍ୟକ ଦଳୀୟ କର୍ମୀ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରେ ସେଠାରୁ କର୍ମୀ ମାନେ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ଉଭୟ ପ୍ରାର୍ଥୀନୀଙ୍କୁ
ଛତିଆ ବଟ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ଏଠାରେ ଉଭୟ ଶର୍ମିଷ୍ଠା ଓ ବର୍ଷା ଛତିଆ ବଟ ପୀଠ ଦର୍ଶନ କରିବା ପରେ ହଜାର ହଜାର ସଂଖ୍ୟକ କର୍ମୀଙ୍କ ଗହଣରେ ବାଇକ ଶୋଭାଯାତ୍ରାରେ ୧୬ ଜାତୀୟ ରାଜପଥ ଦେଇ ବନ୍ଦାଳ,ବଡ଼ଚଣା ଓ ଚଣ୍ଡିଖୋଲ ଛକ ଦେଇ ମହାବିନାୟକ ପୀଠରେ ପହଞ୍ଚି ପୂଜାର୍ଚ୍ଚନା ସହିତ ପଞ୍ଚ ଦେବତାଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ସେଠାରୁ ଆସି ଚଣ୍ଡି ମନ୍ଦିରରେ ମା’ ଚଣ୍ଡୀଙ୍କୁ ଦର୍ଶନ କରିଥିଲେ । ତେବେ ଆଜି ଉଭୟ ପ୍ରାର୍ଥୀନୀଙ୍କ ବଡ଼ଚଣା ଗସ୍ତ ସମୟରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କା, କ୍ୟାପଟେନ ରାଜ ନାରାୟଣ ମହାପାତ୍ର, ଜିଲ୍ଲା ପରିଷଦ ଉପ ସଭାପତି ଗଣେଶ୍ୱର ବରାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ରାଉତ, ପ୍ରହଲ୍ଲାଦ ନନ୍ଦ, ଇତିଶ୍ରୀ ସାମଲ,ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାସ ନନ୍ଦ,ଜିଲ୍ଲା ପରିଷଦ ସଭ୍ୟ ତଥା ବ୍ଲକ ବିଜେଡି ସଭାପତି ଅରବିନ୍ଦ ସାମଲ, ଜିଲ୍ଲା ପରିଷଦ ସଭ୍ୟ ଯଚିନ୍ଦ୍ର ପ୍ରସାଦ ନାୟକ, ଜିଲ୍ଲା ବିଜେଡି ଉପ ସଭାପତି ଅମର ମହାନ୍ତି,
ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ପୂଜାରିଣୀ ବଳ,କାଞ୍ଚନବାଳା ଦାସ,ମାଧବାନନ୍ଦ ମହାପାତ୍ର,ମିହିର ସ୍ୱାଇଁ,ସଞ୍ଜୟ ସ୍ୱାଇଁ,ସରପଞ୍ଚ ଜ୍ଞାନ ରଞ୍ଜନ ସାହୁ,ଦିଲ୍ଲୀପ କୁମାର ସାମଲ,ମଧୁସୂଦନ ବଳ,ସମରେନ୍ଦ୍ର ମହାପାତ୍ର, ସେକ ମୋଇନ ଅହେମଦ,କୁଳମଣି ବାରିକ ଓ ସୁଲତାନ ସୈଫୁଲ୍ଲା ଖାଁଙ୍କ ସମେତ ବଡ଼ଚଣାର ୪୩ ଗୋଟି ପଞ୍ଚାୟତର ହଜାର ହଜାର ସଂଖ୍ୟକ ବିଜେଡି କର୍ମୀ ଓ ଜନ ପ୍ରତିନିଧି ମାନେ ଆଜିର ଶୋଭାଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଆଜିର ଏହି ଶୋଭାଯାତ୍ରାରେ ୧୬ ନମ୍ବର ଜାତୀୟ ରାଜପଥ ଲୋକାରଣ୍ୟ ହୋଇ ଉଠିଥିଲା । ବିଜେଡିର ଆଜିର ଏହି ବିଶାଳ ଶୋଭାଯାତ୍ରା ଚଳିତ ନିର୍ବାଚନକୁ ବେଶ ପ୍ରଭାବିତ କରିବ ବୋଲି ସାଧାରଣରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।
ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ, ସମର୍ଥ ନିୟୁଜ




