Politics

ପାଣ୍ଡିଆନ ଙ୍କ ଉମରକୋଟ ଗସ୍ତ। 

ଉମରକୋଟ -୨୬-୦୪-୨୪-(ଆପ୍ର)-ନିର୍ବାଚନୀ ପ୍ରଚାର ରେ ଉମରକୋଟ ଗସ୍ତ ରେ ଆସିଥିଲେ ବରିଷ୍ଠ ବିଜେଡି ନେତା ଭି.କେ ପଣ୍ଡିଆନ। ନବରଙ୍ଗପୁର ଜିଲ୍ଲାର ଚାରି ଗୋଟି ବିଧାନସଭା କ୍ଷେତ୍ର ରେ ପ୍ରଚାର କରିଥିଲେ ପାଣ୍ଡିଆନ। ଆଜି ସକାଳେ ୧୦ ଘଣ୍ଟିକା ସମୟରେ ପ୍ରଥମେ ସେ ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମରକୋଟ ପୌର ପରିଷଦ ର ବିଜୁ ପଟନାୟକ ଷ୍ଟାଡିୟମ ଠାରେ ନିର୍ବାଚନି ସଭା କୁ ସମ୍ବୋଧିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପାଣ୍ଡିଆନ୍ ଙ୍କ ଆଗମନ ପରେ ପ୍ରଥମେ

ଦଳିୟ ନେତା ଓ କର୍ମି ମାନଙ୍କ ଦ୍ବାରା ହେଲିପେଡ୍ ବାହାରେ ପାଣ୍ଡିଆନ୍ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ଏହି ଅବସରରେ ସେ ପେଣ୍ଡାଲ ଚାରିପାଖରେ ଘୁରିବୁଲି ଲୋକଙ୍କ ସହ ହାତ ମିଳାଇ ମଞ୍ଚକୁ ଯାଇଥିଲେ । ରାଜ୍ୟ ସରକାର ଙ୍କ ଜନ୍ମ ରୁ ମୁର୍ତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇବା ସହ ବିଗତ ଦିନରେ ଉମରକୋଟ ବାସୀଙ୍କୁ ଦିଆ ଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରାଯାଇଥିବା କହିଛନ୍ତି । VK ପାଣ୍ଡିଆନ୍। ଆସନ୍ତା ମେ 13 ରେ ନିର୍ବାଚନ ରହିଛି ଉମରକୋଟ ନିର୍ବାଚନ ମଣ୍ଡଳୀ ର ବିଧାୟକ ପାର୍ଥିନି ନବୀନା ନାୟକ ଓ ସାଂସଦ ପ୍ରଦୀପ ମାଝୀ ଙ୍କୁ ବିପୁଳ ସଂଖ୍ୟା ରେ ଭୋଟ ଦେଇ ବିଜୟ କୋରାଇବେ ବୋଲି ଭୋଟ ର ଙ୍କୁ ଅନୁରୋଧ କରିଥିଲେ। ନିଶ୍ବାର୍ଥପର ଭାବେ ନବୀନ ବାବୁ ଓଡିଶା ପାଇଁ କାର୍ଯ୍ୟ କରି ଚାଲିଛନ୍ତି। ଏହାକୁ ଦେଖି ବିରୋଧିଙ୍କ ନିଦ ହଜି ଯାଇଛି। ଏବେ କୁମ୍ଭିର କାନ୍ଦଣା କାନ୍ଦୁଛନ୍ତି। ବିଏସକେଓ୍ବାଇ କାର୍ଡକୁ ବନ୍ଦ କରିବା ପାଇଁ ବିରୋଧି ଯୋଜନା କରୁଛନ୍ତି। ଏହି ନିର୍ବାଚନ ରେ ଯୋଡ଼ି ଶଙ୍ଖ ବଜାଇ ନବୀନ ପଟ୍ଟନାୟକ ଙ୍କ ହାତ ମୁଠା କୁ ଟାଣ କରିବା ସହ ଓଡ଼ିଶା ପ୍ରଗତି ଓ ଉନ୍ନତି ରେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ ପାଣ୍ଡିଆନ । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀନୀ ନବିନା ନାୟକ ଓ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଭୋଟରଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ଅନୁରୋଧ କରିଥିଲେ।ପରେ ସେ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝରିଗାଁ ବ୍ଲକ ଧୋଡ୍ରା ଠାରେ ନିର୍ବାଚନ ସଭାକୁ ସମ୍ବୋଧିତ କରିଥିଲେ ।ଆଜିର ଏହି କାର୍ଯ୍ୟକ୍ରମରେ ପାଣ୍ଡିଆନ୍ ଙ୍କ ଆଗମନ ପୁର୍ବରୁ ଓଡିଆ କଳାକାର ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାରର ମନୋରଞ୍ଜନ କାର୍ଯ୍ୟକ୍ରମ ଓ ସରକାରଙ୍କ ସଫଳତା ଗୀତ ଚାଲିଥିଲା।

Related Articles

Back to top button