ବନ୍ଧଗୋରାରେ କଳାକାର ମଞ୍ଚ, ଯୋଗଦେଲେ ଶତାଧିକ କଳାକାର ।


କଣ୍ଟାମାଳ, ୨୬/୪: ( ପ୍ରଭାତ କୁମାର ସାହୁ)କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଖୁଣ୍ଟିଗୋରା ପଞ୍ଚାୟତର ମସିଣାଗୋରା ସ୍ଥିତ ମା’ ମାହେଶ୍ଵରୀ କଳା ସଂସ୍କୃତି ଐତିହ ପରମ୍ପରା ପରିଷଦ ଦ୍ଵାରା ବନ୍ଧଗୋରା ଶିବ ମନ୍ଦିର ନିକଟସ୍ଥ ଲୋକ କଳା ମଣ୍ଡପରେ ଆୟୋଜିତ ମଞ୍ଚରେ ଅଞ୍ଚଳର ଶତାଧିକ କଳାକାର ଯୋଗଦେଇଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ପ୍ରକାଶ ଚନ୍ଦ୍ର ମେଣ୍ଡିଲି ଓ ସମ୍ମାନୀତ ଅତିଥିଭାବେ ଗୌରୀଶଙ୍କର ଖମାରୀ ଯୋଗ ଦେଇ ବିଭିନ୍ନ କଳାକାରଙ୍କ ମଞ୍ଚସ୍ଥ କଳାକୃତି ଦେଖିଥିଲେ ଓ ପରେ ଅଂଶ ଗ୍ରହଣ କରିଥିବା ସମସ୍ତ କଳାକାରଙ୍କୁ ଅନୁଷ୍ଠାନ ତରଫରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଏଥିରେ ମୋଟ ୨୮ଟି ମହିଳା ଓ ପୁରୁଷ ସଂକୀର୍ତ୍ତନ ମଣ୍ଡଳୀ, ଦଣ୍ଡକଳାକାର, ନୃତ୍ୟ,ରାମଲୀଳା, ନାଚନିଆ କଳାକାର ଯୋଗଦେଇଥିଲେ। ଉକ୍ତ ଉତ୍ସବକୁ ଦେଖିବାକୁ ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ଦର୍ଶକ ଉପସ୍ଥିତ ରହିଥିଲେ।ମଞ୍ଚକୁ ଅନୁଷ୍ଠାନର ସଭାପତି ପରମେଶ୍ଵର କର୍ମୀ ସଭାପତ୍ୱିତ୍ଵ କରିଥିବା ବେଳେ ଯଶୋବନ୍ତ କର୍ମୀ ମଞ୍ଚ ସଞ୍ଚାଳନ କରିଥିଲେ ଓ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




