ଆଉ ଗୋଟିଏ ଦିନ ପରେ ୪ର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ପ୍ରକ୍ରିୟା ଆରମ୍ଭ ହେବ।


କଣ୍ଟାମାଳ ନିର୍ବାଚନମଣ୍ଡଳୀ ବିଧାନସଭାର ୧ନଂ ଜୋନର ବିଜେଡି ଗଡ଼ରେ ବିଜେପି ନେତାଙ୍କ ମାରାଥନ ପ୍ରଚାର ।
କଣ୍ଟାମାଳ, ୨୫/୪: (ପ୍ରଭାତ କୁମାର ସାହୁ) ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଆଉ ଅଳ୍ପକେଇ ଘଣ୍ଟା ପରେ ନାମାଙ୍କନ ପତ୍ର ପ୍ରକ୍ରିୟା ଆରମ୍ଭ ହେବ। ତା ପୂର୍ବରୁ ପ୍ରମୁଖ ବିଜେପି,ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ନାମ ଘୋଷଣା ହୋଇସାରିଥିବା ସ୍ଥଳେ ତିନି ଦଳର ପ୍ରାର୍ଥୀ ନିଜ ନିଜର ଶକ୍ତିପ୍ରଦର୍ଶନ କରିସାରିଛନ୍ତି। ଶକ୍ତିପ୍ରଦର୍ଶନରେ ବିଜେଡି ତାର ରୋଡଶୋରେ ବିରୋଧୀଙ୍କ ନିଦ ହଜାଇ ଦେଇ ନିରବ ରହିଛି। କିନ୍ତୁ ବିଜେପି ବିଜେଡିର ଲୋକପ୍ରିୟତାକୁ ଚେଲେଞ୍ଜ ଭାବେ ଗ୍ରହଣ କରି ତାର ପ୍ରତ୍ୟୁତରରେ ଗାଁକୁ ଗାଁ ଯାଇ ସମର୍ଥନ ଲୋଡୁଛି ଏବଂ ଏବେ ପଲସାଗୋରାରେ ବିଜେପିର ମିଶ୍ରଣପର୍ବ ଦେଖି ବିଜେଡି ତାର ରଣକୌଶଳ ପ୍ରସ୍ତୁତ କରୁଥିବା ଅନୁମାନ କରାଯାଉଛି। ସେ ଯାହା ବି ହେଉ ନିର୍ବାଚନ ପ୍ରଚାରରେ ବିଜେପି ବହୁ ଆଗରେ ରହିଥିବା ଅନୁମାନ କରାଯାଉଛି। ପୂର୍ବର ପରାଜୟକୁ ଭୁଲି ତୃଣମୂଳରୁ ବିଜେପି ତାର କର୍ମକର୍ତ୍ତାଙ୍କ ସହ ମିଶି ପ୍ରଚାରରେ ଘଣ୍ଟାପଡ଼ା ୧ନଂଜୋନରେ ପ୍ରତ୍ୟେକ ଗାଁର ରାମାୟଣ ମଣ୍ଡପ, ସଂକୀର୍ତ୍ତନ୍ୟମଣ୍ଡଳର ଜନସାଧାରଣଙ୍କ ମିଶିବାରେ ବର୍ତ୍ତମାନ ବହୁ ଆଗରେ । ଗତ ମଙ୍ଗଳବାର ଓ ବୁଧବାର ଦିନ ଘଣ୍ଟାପଡ଼ା ଅଞ୍ଚଳର ଚାଲିଥିବା ରାମଲୀଳାରେ ପ୍ରଭୁଙ୍କ ଦର୍ଶନ କରି ରାମଭକ୍ତଙ୍କ ସହଯୋଗ ଓ ଆଶିର୍ବାଦ କାମନା କରିଥିଲେ ଓ ଦଳୀୟ କର୍ମୀଙ୍କୁ ନେଇ ଅନେକ ଗ୍ରାମରେ ସଭାସମିତି କରି ରାତି ଦିନ ଏକ କରି ସମର୍ଥନ ଲୋଡୁଥିବା ଦେଖିବାକୁ ମିଳୁଛି।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।




