Politics

ଆଜି କଳାହାଣ୍ଡି ଜିଲ୍ଲାରେ କଂଗ୍ରେସ ପ୍ରାର୍ଥୀ ମାନେ ନିଜର ନାମାଙ୍କନ ଦାଖଲ କରିଛନ୍ତି

 

ଭବାନୀପାଟଣା: ଆଜି କଳାହାଣ୍ଡି ଜିଲ୍ଲାରେ କଂଗ୍ରେସ ପ୍ରାର୍ଥୀ ମାନେ ନିଜର ନାମାଙ୍କନ ଦାଖଲ କରିଛନ୍ତି । ଆଜି ଜିଲ୍ଲାର ଲାଞ୍ଜିଗଡ, ନର୍ଲା, ଭବାନୀପାଟଣା ବିଧାୟକ ପ୍ରାର୍ଥୀଙ୍କ ସମେତ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀଙ୍କ ଦର୍ଶନ କରିବା ପରେ ସେଠାରୁ ଏକ ବିଶାଳ ଶୋଭାଯାତ୍ରା ଜରିଆରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରି ନିଜର ହଜାର ହଜାର ସମର୍ଥକ ମାନଙ୍କ ସହ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।
କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଦ୍ରୌପଦୀ ମାଝୀ ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଯାଇ ସେଠାରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ବିଜେଡି ଛାଡି କଂଗ୍ରେସରେ ଯୋଗଦେଇଥିବା ବେଳେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ପାଇଁ ସେ ବିଧାୟକ ପ୍ରାର୍ଥୀ ଭାବରେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଣି ଥରେ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ନାମାଙ୍କନ ଦାଖଲ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ । ସେହିପରି ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ପୁଅ ତଥା କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚାର ସଭାପତି ସାଗର ଚରଣ ଦାସ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଲୋକସଭା ପ୍ରାର୍ଥୀ ଦ୍ରୌପଦୀ ମାଝୀ କହିଛନ୍ତି ଯେ ସେ କଂଗ୍ରେସର ୫ ନ୍ୟାୟକୁ ନେଇ ଘର ଘର ପହଞ୍ଚାଇବେ।ଭକ୍ତ ଦାସ କହିଛନ୍ତି ଯେ କଳାହାଣ୍ଡିର ବିକାଶ ପାଇଁ କଂଗ୍ରେସ ଲଢେଇ କରୁଛି । ଦେଶରେ ଗଣତନ୍ତ୍ରର ରକ୍ଷା ପାଇଁ କଂଗ୍ରେସ ସଦା ଲଢେଇ କରିଆସିଛି । ଦୀର୍ଘ ବର୍ଷ ଧରି ବିଜେଡି ସରକାରର ବିଫଳତା ସହ କେନ୍ଦ୍ରରେ ଥିବା ୧୦ ବର୍ଷର ବିଜେପି ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଲୋକଙ୍କ ନିକଟକୁ ଯିବୁ ଓ ଶାସନରେ ଆସିଲେ କଂଗ୍ରେସ ନିର୍ବାଚନୀ ଇସ୍ତାହାରକୁ କାର୍ଯ୍ୟକାରୀ କରିବୁ ବୋଲି ଭକ୍ତ ପ୍ରକାଶ କରିଛନ୍ତି । ସେହିପରି ସାଗର ଦାସ ଅଞ୍ଚଳରେ ପାଣି ସମସ୍ୟା, ଦାଦନ ସମସ୍ୟା, କୃଷି ସମସ୍ୟାକୁ ପ୍ରସଙ୍ଗ କରି ନିର୍ବାଚନ ଳଢିବେ ବୋଲି କହିଛନ୍ତି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button