Entertainment

ଘଣ୍ଟାପଡ଼ାରେ ସପ୍ତମ ରଜନୀରେ ନାଟକ ସୀତା ଚୋରି,

 

କଣ୍ଟାମାଳ, ୨୪/୪: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ା ର ବିଭିନ୍ନ ଅଞ୍ଚଳରେ ରାମମୟ। ଗତ ଶ୍ରୀରାମନବମୀଠାରୁ ବହୁ ଅଞ୍ଚଳରେ ଶ୍ରୀରାମ ନବମୀ ପୂଜା ଉପଲକ୍ଷେ କେଉଁଠାରେ ନାଟକ ତ କେଉଁଠାରେ ପାରାୟଣ ପଠନ ଚାଲୁଅଛି । ସେହିପରି ଘଣ୍ଟାପଡ଼ା ସଦରରେ ୨ଟି ସାହିରେ ଧୂମଧାମରେ ନାଟ୍ୟଉତ୍ସବ ମହାସମାରୋହରେ ଚାଲିଛି। ଗତ ମଙ୍ଗଳବାର ଶ୍ରୀ ଜଗନ୍ନାଥ ନାଟ୍ୟସଂସଦ ତରଫରୁ ସପ୍ତମସଂଧ୍ୟାରେ ନାଟକ ସୀତା ଚୋରି ମଞ୍ଚସ୍ଥ ହୋଇଯାଇଛି। ଉକ୍ତ ନାଟକରେ ରାମ ଭୂମିକାରେ ଫକିର ରଣା, ସୀତା-ରସରାଜ ସେନାପତି, ଲକ୍ଷ୍ମଣ-ଅମରସିଂ ରଣା, ରାବଣ – ସୁବଳ ପାଣ୍ଡେ ପ୍ରମୁଖଙ୍କ ନିଖୁଣ ଅଭିନୟରେ ଦର୍ଶକଙ୍କୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ସେହିପରି ଶ୍ରୀ ରଘୁନାଥ ନାଟ୍ୟ ସଂସଦ ତରଫରୁ ପୂଜା ମଣ୍ଡପରେ ରାମାୟଣ ଚରିତ ସୂର୍ପଣଖାର ନାଶାକର୍ଣ୍ଣ ଛେଦନ ନାଟକ ମଞ୍ଚସ୍ଥ ହୋଇଥିଲା। ଉକ୍ତ ନାଟକରେ ରାମ- ଦେବରାଜ ବିଶି, ସୀତା-ଜିତେନ୍ଦ୍ର ପାଣିଗ୍ରାହୀ, ଲକ୍ଷ୍ମଣ-ଅକ୍ଷୟ ମଲିକ, ସୂର୍ପଣଖା- ଯୋଗୀରାମ ରଣା ପ୍ରମୁଖ ଅଭିନୟ କରି ଦର୍ଶକଙ୍କ ମନଛୁଇଁପାରିଥିଲା । , ଉକ୍ତ ନାଟ୍ୟୋତ୍ସବ ୧୪ ଦିନ ଧରି ଚାଲୁରହିବ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button