Entertainment

ଶେଷ ହେଲା ମହା ଶ୍ରୀରାମ ନବମୀ .. ..ହଜାର ଜହାର ଦର୍ଶକ ଙ୍କ ସମାବେଶ….

 

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ଅନ୍ତର୍ଗତ ବାମଣ୍ଡା ଗ୍ରାମ ପଞ୍ଚାୟତ ଦେବଗଡ଼ ଗ୍ରାମରେ ଥିବା ଶ୍ରୀ ରଘୁନାଥ ଜୀୟୁ ଙ୍କର ପିଠ ଜିଲ୍ଲାର ପୁରାତନ ପିଠ ହୋଇଥିବା ବେଳେ ଏଠାରେ ରାମ, ଲକ୍ଷ୍ମଣ, ସୀତା, ହନୁମାନ ସହ ଉର୍ମିଳା ମଧ୍ୟ ପୂଜା ପାଇଥାନ୍ତି l ଆଜକୁ ପ୍ରାୟ ୨୦୦ ବର୍ଷ ଆଗରୁ ଶ୍ରୀ ରାମ ନବମୀ ମହୋତ୍ସବ ସ୍ବର୍ଗତ ବୌଦ୍ଧ ରାଜା ପିତାମ୍ବର ଦେବଙ୍କ ସମୟରୁ ପାଳିତ ହୋଇଆସୁଥିବା ଗ୍ରାମବାସୀ ଙ୍କ ମୁଖରୁ ଶୁଣିବାକୁ ମିଳୁଛି। ଚଳିତ ବର୍ଷ ମଧ୍ୟ ଏହି ପୀଠରେ ମହା ଆଡମ୍ବର ରେ ଶ୍ରୀରାମ ନବମୀ ଉତ୍ସବ ଅନୁଷ୍ଠିତ ହୋଇଥିବା ଓ ଗତ କାଲି ସମାପ୍ତ ହୋଇଛି l ଉକ୍ତ ସର୍ବପୁରାତନ ପୀଠ ରେ ଶୋଭା ପାଇଥିଲା ରାମ ରାବଣ ସମର ଓ ରାବଣ ଵଧ l
। ରାମ ରାବଣର ମହା ଶୋଭାଯାତ୍ରାକୁ ଦେଖିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ଦର୍ଶକ ପ୍ରବଳ ଭିଡ଼ ଜମିଥାଏ । ବିଭିନ୍ନ ଆତସ ବାଜି,ରଙ୍ଗୀନ ଆଲୋକ ଏବଂ ରାମ କାହାଣୀ ରେ ଅଭିନୟ କରୁଥିବା ବିଭିନ୍ନ କଳାକାର ଙ୍କ ଚମତ୍କାରିକା ଅଭିନୟ ଲୋକମାନଙ୍କୁ ବେଶ ଆକର୍ଷଣୀୟ କରିଥିଲା । ଶ୍ରୀ ରଘୁନାଥ ଜୀଉ ରାମଳିଲା ନାଟ୍ୟ ସଂସଦ ଦ୍ୱାରା ପ୍ରତିବର୍ଷ ଶ୍ରୀରାମ ନବମୀ ହୋଇଆସୁଥିବା ବେଳେ କମିଟିର ସଦସ୍ୟ ଓ ଗ୍ରାମବାସୀ ଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି l

Related Articles

Back to top button