Politics

ଭୁବନରେ ବିଜୁ ଜନତାଦଳର ମାରାଥାନ ପ୍ରଚାର ଓ କର୍ମୀ ସମାବେଶ, ବିଜେଡିରେ ୨୦୦ ରୁ ଉର୍ଦ୍ଧ ବିଜେପି ଓ କଂଗ୍ରେସର କର୍ମୀ ସାମିଲ

 ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁବନରେ ବିଜୁ ଜନତାଦଳ ତରଫରୁ ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି ବିଜୁ ଜନତାଦଳର ଲୋକସଭା ପ୍ରାର୍ଥୀ ଡଃ ଅବିନାଶ ସାମଲ ଓ କାମାକ୍ଷାନଗର ବିଧାୟକ ପାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ପ୍ରଥମେ ଜୋନ – ୧ ଏବଂ ୨ ଭୁବନ ବ୍ଲକ ଟିପିଲେଇ ହାଟ ପଡିଆରେ ୫ ହଜାରରୁ ଉର୍ଦ୍ଧ କର୍ମୀ ଙ୍କ ସମାଗମ ହୋଇଥିଲା । ସଂନ୍ଧ୍ଯାରେ ଭୁବନ ଯାତ୍ରା ପଡ଼ିଆ ଠାରେ ପ୍ରାୟ ୧୦ ହଜାର କର୍ମୀଙ୍କ ସମାଗମ ହୋଇଥିବା ବେଳେ ଜୋନ – ୩ ମହୁଲପାଳ ହାଟ ପଡିଆରେ ୬ ହଜାର ରୁ ଉର୍ଦ୍ଧ କର୍ମୀଙ୍କ ସମାଗମ ହୋଇଥିଲା। ଏହି କର୍ମୀ ସମ୍ମିଳନୀରେ ଦୁଇ ଶହରୁ ଉର୍ଦ୍ଧ କର୍ମୀ ବିଜେପି ଓ କଂଗ୍ରେସ ଛାଡି ବିଜୁ ଜନତାଦଳରେ ସାମିଲ ହୋଇଥିଲେ । ବିଶାଳ ବାଇକ୍ ଶୋଭାଯାତ୍ରାରେ ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ଡଃ ଅବିନାଶ ସାମଲ ଓ କାମାକ୍ଷାନଗର ବିଧାୟକ ପାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ ତାଙ୍କର ନିର୍ବାଚନୀ ପ୍ରଚାର ଜୋରଦାର କରିଥିବା ଜଣାପଡିଛି। ଭୁବନର ପ୍ରତ୍ୟେକ ପଞ୍ଚାୟତ ପରିକ୍ରମା କରିବା ଜୋନ ସ୍ତରୀୟ ନିର୍ବାଚନ ପ୍ରଚାର କରୁଛି ବିଜୁ ଜନତାଦଳ। ଏହି ଅବସରରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନମ୍ବର- ୭ କାଉନସିଲର ନରେନ୍ଦ୍ର ବେହେରାଙ୍କ ସମେତ ଅନ୍ୟ ଆଗଧାଡିର କର୍ମୀଙ୍କ ଉଦ୍ୟମରେ ବିଜେପି ଏବଂ କଂଗ୍ରେସର ୪ ଜଣ କାଉନସିଲ ପାର୍ଥୀଙ୍କ ସମେତ ଶହେରୁ ଉର୍ଦ୍ଧ ଯୁବକ ନବୀନ ପଟ୍ଟନାୟକଙ୍କ ନିତୀ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତାଦଳରେ ସାମିଲ ହୋଇଥିଲେ। ଏଥି ସହିତ ଦଳର ସମସ୍ତ କର୍ମକର୍ତ୍ତା ସହ ବହୁସଂଖ୍ୟାରେ କର୍ମୀ , ବିଶେଷ କରି ଭୁବନରେ ବିଜୁ ଜନତାଦଳ ନିର୍ବାଚନ ସଭାରେ ମହିଳାମାନେ ବହୁ ସଂଖ୍ୟାରେ ଯୋଗ ଦେଉଥିବା ପରିଲକ୍ଷିତ ହେଉଥିବା ବେଳେ ମହିଳାମାନଙ୍କ ଯୋଗଦାନ ଆଗାମୀ ନିର୍ବାଚନରେ କାମାକ୍ଷାନଗରରେ ବିଜୁ ଜନତାଦଳ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବ ବୋଲି କହିଛନ୍ତି ପ୍ରଫୁଲ୍ଲ କୁମାର ମଲ୍ଲିକ। ସେହିପରି ଲୋକସଭା ପ୍ରାର୍ଥୀ ଡଃ ଅବିନାଶ ସାମଲ କହିଛନ୍ତି , ଆଗାମୀ ନିର୍ବାଚନରେ ଯୋଡି ଶଙ୍ଖରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବାସହ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ସହିତ କାମାକ୍ଷାନଗର ରେ ହେଉଥିବା ଦୃତ ବିକାଶକୁ ସମ୍ପୂର୍ଣ୍ଣ କରିବାକୁ ହେଲେ ଶଙ୍ଖ ଚିହ୍ନରେ ମୋହର ମାରିବା ପାଇଁ ସମସ୍ତଙ୍କ ସହଯୋଗ ଦରକାର । ଏହି ଅବସରରେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ, କାମାକ୍ଷାନଗର ନଗରପାଳ ଧର୍ମାନନ୍ଦ ପରିଡ଼ା,‌ ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଉପାଧ୍ୟକ୍ଷା‌‌ ସରୋଜିନୀ ଦ୍ବିବେଦୀ, ଜୋନ୍ ୩ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଭୁବନ ବ୍ଲକ ବିଜୁ ଜନତାଦଳ ସଭାପତି ରମେଶ ଚନ୍ଦ୍ର ସାହୁଙ୍କ ସମେତ ୫ ହଜାରୁ ଉର୍ଦ୍ଧ୍ବ ବିଜୁ ପ୍ରେମୀ ଉପସ୍ଥିତ ଥିଲେ । ଭୁବନ ରୁ ସ୍ଵତନ୍ତ୍ର ରିପୋର୍ଟର ଅରୁଣ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ news

 

 

 

Related Articles

Back to top button