Politics
ଲୋକସଭା ପ୍ରାର୍ଥୀ ଡଃ ଅବିନାଶ ଓ କାମାକ୍ଷାନଗର ବିଧାୟକ ପ୍ରାଥୀ ପ୍ରଫୁଲ୍ଲ ମଲ୍ଲିକ ଙ୍କୁ ବିପୁଳ ସମ୍ବର୍ଦ୍ଧନା…


-ଢେଙ୍କାନାଳ ଜିଲ୍ଲା ଲୋକସଭା କ୍ଷେତ୍ର କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ୩ ନମ୍ବର ଜୋନର ଭୈରପୁର ପଞ୍ଚାୟତ ବୋଲୁଅ ଆମ୍ବତୋଟା ପରିଷରରେ ବ୍ଲକ ସଭାପତି ପ୍ରଭାସ ରଞ୍ଜନ ମିଶ୍ର ଙ୍କ ସଭାପତିତ୍ୱ ରେ ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ଡଃ ଅଭିନାଶ ସାମଲ ଓ କାମାକ୍ଷାନଗର ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ମଲ୍ଲିକ ବ୍ଲକ ଅଧକ୍ଷ ପ୍ରେମାନନ୍ଦ ସାହୁ, ନଗରପାଳ ଧର୍ମାନନ୍ଦ ପରିଡା ମଞ୍ଚାସିନ ଥିଲେ ।
ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ବିଭିନ୍ନ ଉନ୍ନତି ମୂଳକ ଯୋଜନା ସମ୍ପର୍କରେ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ଅପରାହ୍ନରେ ନମ୍ବର ଜୋନ ବାଇସିଂଙ୍ଗା ପଞ୍ଚାୟତର ତେନ୍ତୁଳିସିଂଙ୍ଗା ରାମିଆଳ ନଦୀ ପଠାରେ ଅନୁରୂପ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ଦୁଇଟି ସ୍ଥାନରେ ପ୍ରାୟ ଦଶ ହଜାର ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।




