Politics

ବିଜୟ ଭିକ୍ଷାରେ ବାହାରିଲେ କଣ୍ଟାମାଳ କଂଗ୍ରେସର ବିଧାୟକ ପ୍ରାର୍ଥୀ ।

 

କଣ୍ଟାମାଳ, ୨୧/୪: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନମଣ୍ଡଳୀର କଂଗ୍ରେସର ବିଧାୟକ ପ୍ରାର୍ଥୀ ସରୋଜ କୁମାର ପ୍ରଧାନଙ୍କ ଶନିବାର ଘୋଷଣା ପରେ ପରେ ରବିବାର ଦିନ ୧ନଂ ଓ ୨ନଂ ଜୋନର ଅନେକ ଗ୍ରାମକୁ ଯାଇ ବିଜୟର ଭୋଟ ଭିକ୍ଷା ମାଗିଥିଲେ। ଏହି କ୍ରମରେ ଘଣ୍ଟାପଡ଼ା ପଞ୍ଚାୟତର ରେକଡୋଲ ଗ୍ରାମରେ ଶ୍ରୀ ପ୍ରଧାନଙ୍କୁ ଗ୍ରାମବାସୀ ଭବ୍ୟ ସମ୍ବର୍ଦ୍ଧନା ସହ ବିଜୟ ଆଶିର୍ବାଦ ଦେଇଥିଲେ ଏବଂ ସେ ମଧ୍ୟ ଘରକୁ ଘର ଯାଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଫଳତା ପ୍ରକାଶ କରି କଂଗ୍ରେସର ଗ୍ୟାରେଣ୍ଟି ବିଷୟରେ ଲୋକଙ୍କୁ ବୁଝାଇଥିଲେ। ଶ୍ରୀ ପ୍ରଧାନଙ୍କ ସହ ଜିଲ୍ଲା କିଷାନ କଂଗ୍ରେସ ସଭାପତି ରଘୁନାଥ ପଲିଆ, ଛାତ୍ର କଂଗ୍ରେସ ସଭାପତି ସଭାପତି ହିତେଶ୍ୱର ଷାଣ୍ଢଙ୍କ ସହ ଅନେକ କଂଗ୍ରେସ କର୍ମୀ ସାମିଲ ଥିଲେ ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।

Related Articles

Back to top button