ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବଡଚଣା ବିଜେଡି ବିଧାୟିକା ପ୍ରାର୍ଥୀ ।


ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବଡଚଣା ବିଜେଡି ବିଧାୟିକା ପ୍ରାର୍ଥୀ ।
ବିଜେଡି ବିଧାୟକ ପ୍ରାର୍ଥୀ ଘୋଷଣା କୁ ନେଇ ବିଳମ୍ବ ଓ ଅସ୍ଥିରତା ଅନ୍ତ୍ ଘଟାଇ ଆଜି ପଡିଛି ପୂର୍ଣ୍ଣଛେଦ । ଗତ କାଲି ସମସ୍ତ ନେତୃମଣ୍ଡଳୀ ଓ ଛାମୁଆଁ କର୍ମୀ ମାନଙ୍କୁ ନେଇ ରାଜ୍ୟ ଶଙ୍ଖ ଭବନରେ ମାନସ ମନ୍ଥନ ହୋଇଥିଲା ।ସୂଚନା ଥାଉ କି, ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ର ଟାଣୁଆ ନେତା ଜନ୍ମେଜୟ ଲେଙ୍କା କଂଗ୍ରେସ କୁ ଛାଡି ବିଜେଡି ରେ ସାମିଲ ହୋଇ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭଳି ଗୁରୁ ଦାୟିତ୍ବ ତୁଲାଇବା ସହିତ ବଡଚଣା ରେ ବିଜେଡି ର ସାଙ୍ଗଠନିକ ସ୍ଥିତି ମଜବୁତ୍ କରିଥିଲେ। ଲେଙ୍କା ଙ୍କ ବିଜେଡି ରେ ଯୋଗଦାନ ପରେ ବିଜେଡି ତାର ଗଡ ବଜାଏ ରଖିବାରେ ସଫଳ ହୋଇ ଥିଲା। ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ଙ୍କ ପୁତ୍ର ରାଜ ନାରାୟଣ ମହାପାତ୍ର ପାଇଲଟ୍ ଚାକିରିରୁ ରୁ ବିରତ ନେଇ ବୁଡି ଯାଉ ଥିବା ବଡଚଣା କଂଗ୍ରେସ ର ମଙ୍ଗ ଧରି ଦଳର ଦୁର୍ଦ୍ଦିନ ସମୟରେ ବଡଚଣା କଂଗ୍ରେସ କୁ ବଞ୍ଚାଇବାବାକୁ ତୃଣମୂଳ ସ୍ତରରୁ ରାଜ ନାରାୟଣ ଲାଗି ପଡ଼ିଥିଲେ। ଗତ ଦୁଇ ମାସ ତଳେ ହଠାତ୍ ରାଜ୍ୟ କଂଗ୍ରେସ ର ସାଧାରଣ ସମ୍ପାଦକ ଥିବା ଲାଲୁ ଓରଫ ରାଜ ନାରାୟଣ ନିଜର ରାଜନୈତିକ ଭବିଷ୍ୟତ କୁ ବିଚାର କରି,ପ୍ରଥମେ କଂଗ୍ରେସ ରୁ ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ଓ ପରେ ଅନ୍ୟ ପଦ ପଦବୀରୁ ଇସ୍ତଫା ଦେଇ ଥିଲେ। ପରେ “ପରିବର୍ତ୍ତନ ବଡଚଣା” ମଞ୍ଚରେ ଦୁଇ ଅମର ହଟାଅ ଅଭିଯାନ ସମାବେଶ କରି ନିଜର ସାଙ୍ଗଠନିକ ସ୍ଥିତି ଜାହିର କରି ଶାସକ ବିଜେଡି ରେ ମିଶିବା ନେଇ ଇଙ୍ଗିତ ଦେଇ ଥିଲେ। ନିଜର ସମର୍ଥକ ମାନଙ୍କ ଉପସ୍ଥିତିରେ ୨୭ ତମ ବିଜୁ ଜୟନ୍ତୀ ଅବସରରେ ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ବିଜେଡି ରେ ଯୋଗ ଦେଇଥିଲେ। ମିଶ୍ରଣ ବେଳେ ରାଜ୍ୟ ବିଜେଡି ର ସାଧାରଣ ସମ୍ପାଦକ, ଯାଜପୁର ପ୍ରଭାରୀ ଅଶୋକ ପଣ୍ଡା,ରାଜ୍ୟ ବିଜେଡି ମୁଖପାତ୍ର ସସ୍ମିଟ ପାତ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ଵର ବରାଳ, ପୂର୍ବତନ ସମିତି ସଭ୍ୟ ପ୍ରହଲ୍ଲାଦ ନନ୍ଦ, ଯୁବ ସଂଗଠକ ଧନେଶ୍ଵର ବେହେରା,ବ୍ଲକ ସଭାପତି ଅରବିନ୍ଦ ସାମଲ, ବଡ଼ଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି ଙ୍କ ସମେତ ବହୁ ବରିଷ୍ଠ ନେତ୍ରୁ ମଣ୍ଡଳୀ ପ୍ରମୁଖ ଉପସ୍ଥିତ




