Politics

କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀଭାବେ ସରୋଜ ପ୍ରଧାନଙ୍କ ନାମ ଘୋଷିତ ।

କଣ୍ଟାମାଳ, ୨୧/୪/୨୪ 🙁 ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀଭାବେ ଶନିବାର ସରୋଜ କୁମାର ପ୍ରଧାନଙ୍କ ନାମ ଘୋଷଣା କରିଛି। ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ ପାଇଁ କଣ୍ଟାମାଳ ନିର୍ବାଚନମଣ୍ଡଳୀର ତିନି ପ୍ରମୁଖ ବିଜେପି,ବିଜେଡି ଓ କଂଗ୍ରେସ ନାମାଙ୍କନ ପତ୍ର ଦାଖଲର ବହୁ ପୂର୍ବରୁ ଘୋଷଣା ସରିଥିଲା। କିନ୍ତୁ କଂଗ୍ରେସ ଦଳର ଘୋଷିତ ପ୍ରାର୍ଥୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ମନୋଜ ଆଚାର୍ଯ୍ୟଙ୍କ ନାମ ଘୋଷଣା ପରେ ପରେ ହିଁ କଣ୍ଟାମାଳ ନିର୍ବାଚନମଣ୍ଡଳୀର କଂଗ୍ରେସ କର୍ମୀ ଓ ନେତା ବାହାର ଜିଲ୍ଲାର ପ୍ରାର୍ଥୀତ୍ୱକୁ ବିରୋଧ କରି ବିଦେଶୀ ହଟାଓ ଅଭିଯାନରେ କର୍ମୀ ସମ୍ମିଳନୀ କରି କଂଗ୍ରେସ ସୁପ୍ରିମୋଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏପରି ପରିସ୍ଥିତିକୁ ଉପଲବ୍ଧ କରି ପ୍ରାର୍ଥୀ ମନୋଜ ଆଚାର୍ଯ୍ୟ ମଧ୍ୟ ନିଜ ଟିକେଟକୁ ଫେରାଇଦେବା ଫଳରେ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କିଛିଦିନ ପାଇଁ ଝୁଲି ରହିଥିଲା। ଶେଷରେ ବାଜି ମାରିଲେ ସରୋଜ ପ୍ରଧାନ। ସେ କଂଗ୍ରେସ କର୍ମୀ ଭାବେ କାର୍ଯ୍ୟ କରିବା ବ୍ୟତିତ ବୌଦ୍ଧ ଜିଲ୍ଲା ପଛୁଆ ବର୍ଗଙ୍କ ଅଧିକାର ମଞ୍ଚର ସଂଯୋଜକ ଭାବେ କାର୍ଯ୍ୟ କରୁଥିଲେ। ସରୋଜଙ୍କ ନାମ ଘୋଷଣା ପରେ ତାଙ୍କୁ ବହୁ କଂଗ୍ରେସ କର୍ମୀ ଶୁଭେଛା ଜଣାଇବା ସହିତ ଉତ୍ସାହିତ ଥିବା ଜଣା ପଡିଛି ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।

Related Articles

Back to top button