Politics
ସ୍ୱାଧୀନ ଭାବେ ନାମାଙ୍କନ ଭରିଲେ ରୋହିତ ଦୁର୍ଗା


କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ରୋହିତ ଦୁର୍ଗା । ରୋହିତ ଦୁର୍ଗା ଦୀର୍ଘ ୧୨ ବର୍ଷ ଧରି ବିଜେପିରେ ଜଣେ ସକ୍ରିୟ ସଂଗଠକ ଭାବରେ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ଗତ ୨୦୧୯ ଓ ୨୦୨୪ ନିର୍ବାଚନରେ ବିଜେପିରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ । ହେଲେ ଦଳ ପ୍ରଦୀପ୍ତ ନାଏକଙ୍କୁ ବିଧାୟକ ପ୍ରାର୍ଥୀ ଭାବରେ ଘୋଷଣା କରିବା ପରେ ରୋହିତ ଦୁର୍ଗା ବିଜେପିରୁ ଇସ୍ତଫା ଦେଇ ଆଜି ସ୍ଵାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି ।
ନିଜର ଶହ ଶହ ସମର୍ଥକମାନଙ୍କ ସହ ମାଣିକେଶ୍ୱରୀ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରା ସହ ସହର ପରିକ୍ରମା କରିବା ପରେ ଭବାନୀପାଟଣା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ରୋହିତଙ୍କ ଏହି ନିଷ୍ପତ୍ତି ପରେ ବିଜେପି ଶିବିର ପାଇଁ ଚିନ୍ତାର କାରଣ ପାଲଟିଛି । ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




