Entertainment
ବଜରଙ୍ଗ କ୍ଳବ ପକ୍ଷରୁ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ


-ଜୟ ଶ୍ରୀରାମ ନାରାରେ କମ୍ପିଲା ଢେଙ୍କାନାଳ ସହର ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଢେଙ୍କାନାଳ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବଜରଙ୍ଗ କ୍ଳବ ପକ୍ଷରୁ ଏକ ବିରାଟ ବାଇକ ଶୋଭାଯାତ୍ରା ହୋଇଯାଇଛି ଏହି ବାଇକ ଶୋଭାଯାତ୍ରା ଢେଙ୍କାନାଳ କଲେଜ ବାଇପାସ ଠାରୁ ଆରମ୍ଭ ହୋଇ ସହର ସମସ୍ତ ବଜାର ପରିକ୍ରମା କରି କୋରିହା ଠାରେ ଶେଷ ହୋଇଥିଲା l ଏହି ଶୋଭା ଯାତ୍ରାରେ ଢେଙ୍କାନାଳ ଲୋକସଭା ଆସନର ବିଜେଡି ପ୍ରାଥୀ ଡାକ୍ତର ଅବିନାଶ ସାମଲ ଓ ତାଙ୍କର ଶତାଧିକ ସମର୍ଥକ ଯୋଗ ଦେଇଥିଲେ l ଏହି ଶୋଭାଯାତ୍ରାରେ ଢେଙ୍କାନାଳ ଜିଲ୍ଲାରୁ ବିଭିନ୍ନ ସ୍ଥାନରୁ ଶତାଧିକ ଶ୍ରୀରାମଙ୍କର ଭକ୍ତ ଗଣ ଏହି ଶୋଭାଯାତ୍ରାରେ ଯୋଗଦାନ ଦେଇଥିଲେ l




