Politics

ପାରିଆ ପଂଚାୟତ ରେ ବିଜେପି ପକ୍ଷରୁ ବିଶାଳ ବାଇକ ଶୋଭାଯାତ୍ରା

 ଆଜି ବଡ଼ଚଣା ବ୍ଲକ ପାରିଆ ପଂଚାୟତ ରେ ବିଜେପି ପକ୍ଷରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ହୋଇଯାଇଅଛି, ପଜେପି ପ୍ରାର୍ଥୀ ତଥା ରାଜ୍ୟ ବିଜେପି ସାଧାରଣ ସମ୍ପାଦକଅମର ନାୟକ ଙ୍କ ନେତୃତ୍ୱ ରେ ଏହି ଶୋଭା ଯାତ୍ରା ବଇରୀ ଅମୀୟଝରି ମଧ୍ୟ ସ୍ଥଳୀ ତାରିଣୀ ମନ୍ଦିର ଠାରୁ ପୂଜାର୍ଚନା କରି ବାହାରି ଅମୀୟ ଝରି ନାଂଡୁଆ ବରଗଡ଼ ପାରିଆ ଓ ଶେଷ ରେ ବରୁଣିଆ ହରି ଶଙ୍କର ମନ୍ଦିର ଥରେ ପହଂଚି ଥିଲା, ସେଠାରେ ପୂଜାର୍ଚନା କରାଯାଇଥିଲା, ଆଶୀର୍ବାଦ ଭିକ୍ଷା କରାଯାଇଥିଲା,ପାରିଆ ପଂଚାୟତ ସରପଞ୍ଚ ତଥା ମହା ବିନାୟକ ମଣ୍ଡଳ ସଭାପତି ବେଣୁଧର ବିଶ୍ୱାଳ ସମିଆ ସରପଞ୍ଚ ବିଶ୍ୱ ବିଜୟୀ ବ୍ରହ୍ମ କାଇମାଟିଆ ସରପଞ୍ଚ ଅଶୋକ ସାହୁ ବଇରୀ ସରପଞ୍ଚ ଲକ୍ଷ୍ମୀ ପ୍ରିୟା ଦାସ ସମିଟତି ସଭ୍ୟା ବିଳାସିନୀ ଖୁଣ୍ଟିଆ ବିଜେପି ସଭାପତି ପ୍ରମୋଦ ରାଉତ ଗଙ୍ଗା ଧର ଦାସ ତପନ ଖୁଣ୍ଟିଆ ଜୋନ ସଭାପତି ଲଲାଟେନ୍ଦୁ ମହାପାତ୍ର ଓ ପାରିଆ ପଂଚାୟତ ବିଜେପି ସଭାପତି ଗୌତମ ରାଉତ ପ୍ରମୁଖ ଏହି ଶୋଭା ଯାତ୍ରା ର ନେତୃତ୍ୱ ନେଇଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button