Entertainment

ବିଜୁବାବୁଙ୍କ ୨୭ତମ ଶ୍ରାଦ୍ଧବାର୍ଷିକ ଅବସରରେ ନବୀନ ଓଡ଼ିଶା ଗଢ଼ିବାପାଇଁ ଦୃଢ ଶପଥଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ.

କଣ୍ଟାପଡ଼ା ବ୍ଳକ ଛକରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୭ତମ ଶ୍ରାଦ୍ଧବାର୍ଷିକ ରେ ଶ୍ରୀରାମ ନବମୀ ଦିନରେ ବିଜୁ ଜନତା ଦଳର କର୍ମୀମାନେ ନବୀନ ଓଡ଼ିଶା ଗଢିବା ପାଇଁ ଦୃଢ ଶପଥଗ୍ରହଣ କରିଛନ୍ତି I ନିଆଳି ନିର୍ବାଚନମଣ୍ଡଳୀର ବିଧାୟକ-ଡକ୍ଟର ପ୍ରମୋଦ କୁମାର ମଲ୍ଲିକ ମହୋଦୟଙ୍କ ତତ୍ତ୍ଵବିଧାନରେ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଲୋକମାନେ ଯୋଗଦାନ କରିଥିଲେ । ଏହି ଦୃଢ ଶପଥ ଥିଲା ଦଳୀୟ କର୍ମୀମାନେ ଏକତା ଶୃଙ୍ଖଳା ଏବଂ ଅନୁଶାସନ ପରିପାଳନ ସହିତ ଓଡ଼ିଶା ବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା,ନ୍ୟାଯ୍ୟ ଦାବି ହାସଲ ନିମନ୍ତେ ନିର୍ଭୀକ ଭାବରେ ସଂଗ୍ରାମ ଜାରି ରଖିବା ସହିତ ଓଡ଼ିଶାବାସୀଙ୍କ କଲ୍ୟାଣ ଓ ସଶକ୍ତିକରଣ ନିମନ୍ତେ ନିଜର ଉତ୍ସ ଗିକୃତ ମନୋଭାବ ରଖି କାର୍ଯ୍ୟକରିବା ସହିତ ଏକ ସମୃଦ୍ଧ ସଶକ୍ତ ଓ ସ୍ବାଭିମାନୀ ନବୀନ ଓଡ଼ିଶା ଗଢିବା ପାଇଁ ମାନ୍ୟବର ବିଧାୟକ ଦଳୀୟ କର୍ମୀମାନଙ୍କୁ ଏକ ଜୁଟ କରି ଦୃଢ ଶପଥଗ୍ରହଣ କରିଥିଲେ । କଣ୍ଟାପଡ଼ାରୁ ରିପୋର୍ଟ ପୁଷ୍ପଲତା ସମର୍ଥ ନିୟୁଜ୍

Related Articles

Back to top button