ରାଜନଗର ଓ ପଟ୍ଟାମୁଣ୍ଡାଇ ଶ୍ରୀରାମ ସେନା ପକ୍ଷରୁ ବାଇକି ଶୋଭାଯାତ୍ରା ମହା ନବ ରାତ୍ରି ଓ ଓଡ଼ିଆ ହିନ୍ଦୁ ନବ ବର୍ଷ ଅବସରରେ ଅନୁଷ୍ଠିତ


ଆଙ୍କର :-ପବିତ୍ର ଶ୍ରୀରାମ ନବମୀ ଓ ଓଡ଼ିଆ ହିନ୍ଦୁ ନବ ବର୍ଷ ଅବସରରେ ରାଜନଗର ଓ ପଟ୍ଟାମୁଣ୍ଡାଇ ଶ୍ରୀରାମ ସେନା ର ମୁଖ୍ୟ ସଂଯୋଜକ ଶ୍ରୀ ସାରଦା ପ୍ରସାଦ ରାଉତ ଙ୍କ ପୌରହିତ ରେ ଏକ ବିଶାଳ ମୋଟରସାଇକେଲ୍ ଶୋଭାଯାତ୍ରା ରାଜନଗର ତାରିଣୀ ମନ୍ଦିର ନିକଟରୁ ପ୍ରଥମେ ବାହାରି ରାଜନଗର ସହର ବାଇପାସ, ଷ୍ଟେଟ ବ୍ୟାଙ୍କ ଛକ, ଜଗନ୍ନାଥ ମନ୍ଦିର ପରେ ତ୍ରିନାଥ ବଜାର, ସାନ ବଡ଼ ଗୋପାଳପୁର, କେରଡ଼ାଗଡ଼, ମଧୁପୁର, ବନ୍ଧ ପାଟଣା, ଗୋବିନ୍ଦ ପୁର କଣ୍ଡିଆ, ମଦନପୁର ଅତିକ୍ରାନ୍ତ କରି ପରି ଶେଷରେ ଗୋସିଗାଁ ଗତେଶ୍ୱର ମନ୍ଦିର ତିରିଶି ନମ୍ବର ଜୋନ ଟିକୁ ମୁଖ୍ୟ ଭାବେ ପରିକ୍ରମା କରିଥିଲେ ।ତେବେ ଏହି ଶୋଭାଯାତ୍ରାରେ ଚାରି ଶହ ରୁ ଉର୍ଦ୍ଧ ମୋଟରସାଇକେଲରେ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ଜୟ ଶ୍ରୀ ରାମ ଧ୍ୱନି ସମଗ୍ର ସହରକୁ ପ୍ରକମ୍ପିତ କରିବା ସହ ଗୈରୀକମୟ ଦୃଶ୍ୟ ଦେଖିବାକୁ ମିଳି ଥିଲା । ଆଜିର ଏହି ପବିତ୍ର ଦିବସରେ ମୁଖ୍ୟ ଅତିଥିଭାବେ ଶ୍ରୀରାମ ସେନାର ମୁଖ୍ୟ ସଂଯୋଜକ ଶ୍ରୀଯୁକ୍ତ ସାରଦା ପ୍ରସାଦ ରାଉତ ଙ୍କ ପକ୍ଷରୁ ଆଗକୁ ଆମ ସଂଘଠନ ସାଧାରଣ ଲୋକ ମାନଙ୍କ ପାଇଁ ସହାୟକ ହେବ ବୋଲି ସେନା ର ସଦସ୍ୟ ମାନେ ସକଳ୍ପ କରଛନ୍ତି,! ଏପଟେ ବିଶାଳ ସେନା ବାହିନୀ କାର୍ଯ୍ୟ କରିବା ପାଇଁ ପ୍ରୟାସ ଜାରି ରଖିବ ବୋଲି ଆହ୍ୱାନ ଦେଇଛନ୍ତି,!
ଔପଚାରିକ ଭାବେ ଆରମ୍ଭ କରିଛନ୍ତି,। ସେପଟେ ଏହି ଶୋଭାଯାତ୍ରାରେ ରାଜନଗର ବ୍ଲକ ବରିଷ୍ଠ ଯୁବ ନେତା ଶ୍ରୀ ବିକ୍ରମ କୁମାର ବାରିକ, ରାଜନଗର ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଶ୍ରୀ ସୁନାକର ପ୍ରଧାନ, କେନ୍ଦ୍ରାପଡ଼ା ଜିଲ୍ଲା ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନୀ ଜୀବି ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସ, ଶ୍ରୀନିବାସ ଦାସ,ଧିରେନ କୁମାର ବିଶ୍ୱାଳ, ସୁଶାନ୍ତ କୁମାର ବେହେରା, ବିଶ୍ୱଜିତ ସାମଲ, ସେନା ର ବରିଷ୍ଠ ସଦସ୍ୟ ଶ୍ରୀ ଅଶୋକ କୁମାର ରାଉତ,ବଳରାମ ପାତ୍ର, ଦିଲୀପ କୁମାର ବାରିକ,ତପନ କୁମାର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପ୍ରତି ଜନ ସାଧାରଣରେ ଜନତାଙ୍କ ଆକୁଣ୍ଠ ସମର୍ଥନ ଦେଖିବାକୁ ମିଳିଥିଲା । ଶ୍ରୀରାମ ସେନା ର କାର୍ଯ୍ୟକର୍ତ୍ତା ମାନେ ରାଜନଗର ପରେ ବନ୍ଧ ପଡା ପଂଚାୟତ ରୋଡ଼ ସ୍ଥିତ କଣ୍ଡିଆ ରାଜନଗର ଓ ପଟ୍ଟାମୁଣ୍ଡାଇ ଶ୍ରୀରାମ ସେନା ପକ୍ଷରୁ ବାଇକି ଶୋଭାଯାତ୍ରା ମହା ନବ ରାତ୍ରି ଓ ଓଡ଼ିଆ ହିନ୍ଦୁ ନବ ବର୍ଷ ଅବସରରେ ଅନୁଷ୍ଠିତ




